LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୪ ଘଣ୍ଟାର ଶୁଣାଣି ପରେ ହସ୍ତକ୍ଷେପ କରିବେ ନାହିଁ ବୋଲି ମନା କରିଛନ୍ତି ସୁପ୍ରିମକୋର୍ଟ

17/05/2018 at 3:49 AM

ସବୁ କଳ୍ପନାଜଳ୍ପନାର ଅନ୍ତ । ସୁପ୍ରିମକୋର୍ଟରେ କର୍ଣ୍ଣାଟକ ନାଟକର ଏକ ପ୍ରକାର ପୂର୍ଣ୍ଣଛେଦ ପଡିଛି । ପ୍ରାୟ ୪ ଘଣ୍ଟାର ଶୁଣାଣି ପରେ ଶପଥ ଗ୍ରହଣ ଉତ୍ସବରେ କୋଣସି ହସ୍ତକ୍ଷେପ କରିବେ ନାହିଁ ବୋଲି ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏମିତିକି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶପଥ ଉତ୍ସବ ଉପରେ ରୋକ ଲଗାଇବା ପାଇଁ ଯୁକ୍ତି ରଖିଥିଲେ ପ୍ରତିପକ୍ଷ ଓକିଲ । ହେଲେ ସେସବୁକୁ ପ୍ରତ୍ୟାକ୍ଷାନ କରିଥିଲେ କୋର୍ଟ । ଆସନ୍ତାକାଲି ସାଢେ ୧୦ଟାରେ ମାମଲାର ପୁଣି ଶୁଣାଣି ହେବ । ଏହି ସମୟରେ ବିଜେପିକୁ ବିଧାୟକଙ୍କ ତାଲିକା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବୁଧବାର ରାତି ତମାମ କର୍ଣ୍ଣାଟକ ସରକାର ଗଠନ ନେଇ ସୁପ୍ରିକୋର୍ଟରେ ଚାଲିଥିଲା ଶୁଣାଣି । ବିଜେପି ସରକାର ଗଠନ ବିରୋଧରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ ନିକଟରେ ଫେରାଦ ହୋଇଥିଲେ କଂଗ୍ରେସ ଓ ଜେଡିଏସ୍ । ପ୍ରଥମେ କଂଗ୍ରେସ ଦାଖଲ କରିଥିବା ପିଟିସନ ଯାଞ୍ଚ ପରେ ସିଜେଆଇଙ୍କ ପାଖକୁ ପଠାଯାଇଥିଲା । ୩ ଜଣିଆ ବେଞ୍ଚ ଗଠନ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର । ଜଷ୍ଟିସ ଅଶୋକ ଭୁଷଣ, ଜଷ୍ଟିସ ଏ.କେ ସିକ୍ରି ଓ ଜଷ୍ଟିସ ଏସ୍ .ଏ ବୋବଡେ ମାମଲାର ଶୁଣାଣି କରିଥିଲେ । ରାତି ଗୋଟାଏ ୪୫ ରେ କୋର୍ଟ ନମ୍ବର ୬ରେ ଶୁଣାଣି ଆରମ୍ଭ ହୋଇଥିଲା । ବିଜେପି ପକ୍ଷରୁ ପୂର୍ବତନ AG ମୁକଲ ରୋହତଗୀ ପକ୍ଷ ରଖିଥିବା ବେଳେ କଂଗ୍ରେସ ପକ୍ଷରୁ ଅଭିଷେକ ମନୁ ସିନ୍ଧବୀ ଯୁକ୍ତି ଉପସ୍ଥାପନା କରିଥିଲେ । ବିଜେପି ପାଖରେ ୧୦୪ ଆସନ ଥିବା ବେଳେ କଂଗ୍ରେସ ଜେଡିଏସ୍ ମେଣ୍ଟ ୧୧୬ ଆସନ ରହିଛି । ତଥାପି ରାଜ୍ୟପାଳ କିପରି ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ ଦେଲେ ବୋଲି ପକ୍ଷ ରଖିଥିଲେ ସିନ୍ଧବୀ । ଏହ ସହ ଗୋଆ ନିର୍ବାଚନର ଉଦାହରଣ ମଧ୍ୟ ଦେଇଥିଲେ । ସେପଟେ ମୁକଲ ରୋହତଗୀ କହିଥିଲେ ପ୍ଲୋର ଟେଷ୍ଟରେ ବିଜେପି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ । ଆଉ ଗୋଆ କ୍ଷେତ୍ରରେ କଂଗ୍ରେସ କୌଣସି ପକ୍ଷ ରଖିନଥିଲା ବୋଲି ସେ କହିଥିଲେ । କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରିତ ପରେ କଂଗ୍ରେସ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ବିଜେପିର ସରକାର ଗଢ଼ିବାରେ ରୋକ୍ ଲଗାଇବାକୁ ଦାବି କରିଥିଲେ ଉଭୟ କଂଗ୍ରେସ ଓ ଜେଡିଏସ୍ । ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଏବଂ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ୧୫ ଦିନ ସମୟ ଦେବା ନିଷ୍ପତ୍ତିକୁ ବିରୋଧ କରି ପିଟିସନ ଦାଖଲ କରାଯାଇଥିଲା । ରାତିରେ ହିଁ ଶୁଣାଣି କରିବାକୁ କଂଗ୍ରେସ ଓ ଜେଡିଏସ୍ ପକ୍ଷରୁ ଆବେଦନ କରାଯାଇଥିଲା ।

Leave a Reply

   Related Posts