୨୯ତାରିଖ ଆଗରୁ କେରଳ ଛୁଇଁବ ମୌସୁମୀ
19/05/2018 at 5:14 AM

୨୯ତାରିଖ ଆଗରୁ କେରଳ ଛୁଇଁବ ମୌସୁମୀ । ସାଧାରଣତଃ ଜୁନ ୧ତାରିଖରେ ମୌସୁମୀ କେରଳ ଛୁଏଁ। ଏଥର ନିର୍ଦ୍ଧାରିତ ସମୟର ୩ଦିନ ଆଗରୁ କେରଳ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମେ ୨୩ତାରିଖରେ ଆଣ୍ଡାମାନ ପହଞ୍ଚିବ ମୌସୁମୀ । ସବୁ ଠିକଠାକ ରହିଲେ ଜୁନ ଦ୍ବିତୀୟ ସପ୍ତାହରେ ଓଡିଶାକୁ ମୌସୁମୀ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏଥର ମୌସୁମୀ ବର୍ଷା ସ୍ବାଭାବିକ ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି ।