୨୫ରେ ସରିବ ମହାନଦୀ ବଞ୍ଚାଅ ଅଭିଯାନ, ପାରାଦୀପରେ ଚାଲିଛି ଯୋରଦାର୍ ପ୍ରସ୍ତୁତି
21/05/2018 at 9:42 PM

ମହାନଦୀ ଓଡିଶାର ଜୀବନରେଖା ହୋଇଥିବାବଳେ ଛତିଶଗଡ କରିଥିବା ବ୍ୟାରେଜକୁ ବିରୋଧକରି ରାଜ୍ୟସରକାର ଆୟୋଜନ କରିଥିବା ମହାନଦୀ ବଞ୍ଚାଅ ଆନ୍ଦୋଳନ ଗତ ୧୬ ତାରିଖଦିନ ଝାରସୁଗୁଡାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଉଦଘାଟନ କରିଥିବାବଳେ ଆସନ୍ତା ୨୫ ତାରିଖରେ ଏହା ପାରାଦୀପରେ ଶେଷ ହେବାକୁ ଯାଉଛି। ତବେ ପାରାଦୀପରେ କେଉଁ ଯାଗାରେ ଏହା ଆୟୋଜନ କରାଯିବ ସେ ନେଇ ସ୍ତିର ହୋଇନଥିବାବଳେ ଏହା କିଭଳି ସୁରୁଖୁରୁରେ ସମାପନ କରାଯିବବୋଲି ସ୍ଥାନିୟ ବିଧାୟକ ପାରାଦୀପର ବିଜୁ ମମୋରିଆଲ ଟ୍ରଷ୍ଟରେ ଏକ ସାମ୍ବାଦିକ ସମ୍ମୀଳନିରେ ପ୍ରକାଶ କରିଛନ୍ତି। ତବେ ଏହା ଜଗତସିଂହପୁର ଜିଲ୍ଲାରେ ହେଉଥିବାବଳେ ବିଜୁ ଜନତା ଦଳର ଜିଲ୍ଲା ସଭାପତି କିଏ ମୁଁ ତାଙ୍କୁ ଚିହ୍ନିନିବୋଲି ସ୍ଥାନିୟ ବିଧାୟକ କହିଛନ୍ତି। ତବେ ଦଳର କାର୍ଯ୍ୟକ୍ରମ ହେଉଥିବାବଳେ ଜିଲ୍ଲ୍। ସଭାପତିଙ୍କ ଭୁମିକାଉପରେ ସାଧାରଣରେ ପ୍ରଶ୍ନ ଉଠୁଛି ।