୨୦୨୩ ରଥଯାତ୍ରା ନେଇ ପ୍ରସ୍ତୁତି, ସର୍କିଟ୍ ହାଉସ୍ରେ ବସିଛି ପ୍ରଥମ ବୈଠକ
29/03/2023 at 1:36 PM

ପୁରୀ ୨୯।୦୩ : ଚଳିତବର୍ଷ ୨୦୨୩ ରଥଯାତ୍ରାକୁ ନେଇ ପ୍ରଥମ ପ୍ରସ୍ତୁତି ବୈଠକ । ପୁରୀ ସର୍କିଟ ହାଉସ୍ ପରିସରରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି। ବୈଠକରେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ।
ପ୍ରଥମ ସମନ୍ୱୟ ବୈଠକ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ପ୍ରସ୍ତୁତି ବୈଠକ। ଅକ୍ଷୟ ତୃତୀୟା, ଚନ୍ଦନଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ନେଇ ବୈଠକରେ ଚାଲିଛି ବିସ୍ତୃତ ଆଲୋଚନା। ଆସନ୍ତା ଜୁନ୍ ୨୦ରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। କିପରି ସୁରୁଖୁରୁରେ ଚଳିତ ବର୍ଷ ରଥଯାତ୍ରା ହେବ । ସେନେଇ ଚାଲିଛି ଆଲୋଚନା ।