୧୨ ଘଣ୍ଟିଆ ବେଗୁନିଆ ବନ୍ଦ
21/05/2018 at 6:28 AM

୧୨ ଘଣ୍ଟିଆ ବେଗୁନିଆ ବନ୍ଦ । ବେଗୁନିଆକୁ ଏନ୍ଏସି ମାନ୍ୟତା, ଜୁନିୟର କୋର୍ଟ ସ୍ଥାପନ ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ଦାବି ନେଇ ବନ୍ଦ ପାଳନ କରାଯାଉଛି । ଏହି ତିନି ଦଫା ଦାବି ନେଇ ବେଗୁନିଆ ବିକାଶ ମଞ୍ଚ ବନ୍ଦ ଡାକରା ଦେଇଛି । ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ବେଗୁନିଆକୁ ଏନ୍ଏସି ମାନ୍ୟତା, ଜୁନିୟର କୋର୍ଟ ସ୍ଥାପନ ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବାକୁ ଦାବି କରିଛି ବିକାଶ ମଞ୍ଚ ।
Related Posts
ଗୁରୁବାର ବାହାରିବ +୨ କଳା ଏବଂ ଧନ୍ଦାମୂଳକ ରେଜଲ୍ଟ
7 June 2023
ଉଧାର ଟଙ୍କା ନଦେବାରୁ ନିର୍ମମ ହତ୍ୟା; ୨ ଅଭିଯୁକ୍ତ ଗିରଫ
7 June 2023