oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ରାଜ୍ୟରେ ବୃଦ୍ଧି ପାଇ ଚାଲିଛି ବନ୍ୟଜନ୍ତୁ ଶିକାର, ବନବିଭାଗର କାର୍ଯ୍ୟଦକ୍ଷତା ଏବଂ ସ୍ଵଚ୍ଛତା ଉପରେ ପ୍ରଶ୍ନବାଚୀ

4/01/2022 at 8:35 PM

ଆଠଗଡ/ଭୁବନେଶ୍ଵର ୦୪।୦୧:  କଟକ ତିଗିରିଆ ଭିରୁଡା ସୋରିଷପାଳ ଜଙ୍ଗଲରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର। ବାରାହା ପାଇଁ ବିଛାଯାଇଥିବା ଫାଶରେ ପଡି ବାଘଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ବରଗଡ ଭେଡେନ୍ ନାଗିପଲ୍ଲୀ ଗାଁର ଏକ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ହେଉଥିବା ବେଳେ ଜଣେ ଅସାଧୁ ବ୍ୟବସାୟୀକୁ ଧରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ରାଜ୍ୟରେ ବନ୍ୟ ଜନ୍ତୁ ଶିକାର ବୃଦ୍ଧି ପାଇଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି ।

ବାରାହା ଫାଶରେ ପଡି ବାଘ ମୃତ । କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ତିଗିରିଆ ବନାଞ୍ଚଳରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଭିରୁଡ଼ା ସୋରିଷପାଳ ପାହାଡ଼ ନିକଟରେ ବାରହା ଶିକାର ପାଇଁ ବିଛା ଯାଇଥିଲା ଫାଶ । ସେହି ଫାଶରେ ଛନ୍ଦି ହୋଇ ବାଘର ମୃତ ହୋଇଥିବା ଜଣାପଡିଛି । ଏହି ମାଇ ବାଘଟିର ବୟସ ୨ରୁ ଅଢ଼େଇ ବର୍ଷ ହୋଇଥିବା ବେଳେ ବାଘଟି ଗର୍ଭବତୀ ଥିବା ଅନୁମାନ କରାଯାଉଛି । ତେବେ ବାଘର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ କିଛି ଜଣା ପଡ଼ିବା ବୋଲି କହିଛନ୍ତି  ଆଠଗଡ଼ ବ୍ଲକ ପ୍ରାଣୀ ଚିକିତ୍ସକ।

ସେପ୍ଟେମ୍ବର ୨୦୧୯ ରେ  ଅନୁରୂପ ଭାବେ ତିଗିରିଆ ବନାଞ୍ଚଳ କାଳିକାପ୍ରସାଦ ଗାଁ ନିକଟରେ ବିଦୂତ ସଂସ୍ପର୍ଶରେ ଆସି କଲରାପତାରିଆ ବାଘର ମୃତ୍ୟୁ ଘଟିଥିଲା । ପୁର୍ବରୁ ଏହି ସବୁ ଅଞ୍ଚଳରେ ବାରମ୍ବାର ଜଙ୍ଗଲି ଜନ୍ତୁ ଶିକାର କରା ଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବାଘ ମୃତ୍ୟୁ ପରେ ଆଠଗଡ଼ ବନବିଭାଗର  କାର୍ଯ୍ୟଦକ୍ଷତା ଏବଂ ସ୍ଵଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେପଟେ ବରଗଡ ଭେଡେନ ନାଗିପଲ୍ଲୀ ଗାଁରୁ ଏକ ବଜ୍ରକାପ୍ତା ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ବଜ୍ରକାପ୍ତାକୁ ବାହାର ରାଜ୍ୟରେ ବିକ୍ରୀ ପାଇଁ ଯୋଜନା କରିଥିଲା ଜଣେ ବ୍ୟବସାୟୀ । ଏଥିପାଇଁ ଚାଲିଥିଲା ଡିଲ। ଚାରି ଲକ୍ଷ ଟଙ୍କାରେ ବିକ୍ରୀ ପାଇଁ ହୋଇଥିଲା ଯୋଜନା ।  ହେଲେ ଏହାପୂର୍ବରୁ ନାଗିପଲ୍ଲୀର ଜଗତ ଠେଲା ନାମକ ଯୁବକକୁ ଗିରଫ କରି ବନ ବିଭାଗକୁ ହସ୍ତାନ୍ତର କରିଛି ଏସଟିଏଫ ଟିମ । ଏବେ ଭେଡେନ ଓ ତାର ପାଖାପାଖି ଜଙ୍ଗଲରୁ କେତେ ବଜ୍ରକାପ୍ତା ଧରାଯାଇ ବାହାର ରାଜ୍ୟକୁ ଚାଲାଣ କରାଯାଇଛି ତାର ଖୋଳତାଡ କରୁଛି ଏସଟିଏଫ ।

ପୂର୍ବରୁ ଏସଟିଏଫର ଟିମ ସାରା ରାଜ୍ୟରୁ ୯ଟି ବଜ୍ରକାପ୍ତା ଉଦ୍ଧାର କରିବା ସହିତ ପାଖାପାଖି ୧୫ କେଜି ବଜ୍ରକାପ୍ତା ପକ୍ଷୀ ଜବତ କରିଥିଲା । ଏବେ ସୁଦ୍ଧା ୫୭ ଜଣ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । କେବଳ ବଜ୍ରକାପ୍ତା ନୁହେଁ ବନ୍ୟଜନ୍ତୁ ବ୍ୟବସାୟୀମାନେ ଶିକାରୀ ଦ୍ବାରା ରାଜ୍ୟର ବିଭିନ୍ନ ଜଙ୍ଗଲରୁ ବନ୍ୟଜନ୍ତୁଙ୍କୁ ଧରି  ବାହାର ରାଜ୍ୟ ଓ ଦେଶକୁ ଚୋରା ଚାଲାଣ କରୁଛନ୍ତି । ଗତ ଡିସେମ୍ବର ୨୦୨୧ ସୁଧା ଏସଟିଏଫ ୨୨ ଟି କଲରାପତରିଆ ବାଘ ଛାଲ , ୧୨ ଟି ହାତୀଦାନ୍ତ , ୭ଟି ହରିଣ ଛାଲ  ଓ ୯ ଟି ଜୀବନ୍ତ ବଜ୍ରକାପ୍ତା ଧରିବାରେ ସଫଳ ହୋଇଛି ।

   Related Posts