ହୀନ ରାଜନୀତିର ପ୍ରବେଶ ଦ୍ୱାର ହେଉଛି କଂଗ୍ରେସ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ
12/01/2023 at 5:53 PM

ବେଙ୍ଗାଲୁରୁ: ହୀନ ରାଜନୀତିର ପ୍ରବେଶ ଦ୍ୱାର ହେଉଛି କଂଗ୍ରେସ। ଆଜି କଂଗ୍ରେସକୁ ଏଭଳି କହି ଟାର୍ଗେଟ୍ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। କଂଗ୍ରେସ ନେତା ଦିନେଶ ଗୁଣ୍ଡୁ ରାଓଙ୍କ ମନ୍ତବ୍ୟ ଉପରେ ଟିପ୍ପଣୀ ରଖି ଏପରି କହିଛନ୍ତି ବୋମାଇ।
ସୂଚନା ଅନୁସାରେ, ରାଜ୍ୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ ବିଜେପିରେ ଅସାମାଜିକ ଲୋକ ସଦସ୍ୟ ଥିଲେ ବୋଲି କହିଥିଲେ। ସେ କହିଥିଲେ ଯେ କେଏସ୍ ମଞ୍ଜୁନାଥ ଓରଫ ସନ୍ତ୍ରୋଙ୍କ ବିରୋଧରେ ଅପରାଧିକ ମାମଲା ରହିଥିଲା। ହେଲେ ସେ ବିଜେପିର ସଦସ୍ୟ ଥିଲା। ଏହାର ଉତ୍ତର ଦେଇ ବୋମାଇ କହିଛନ୍ତି ଯେ ରବି ସତରେ ବିଜେପିର ସଦସ୍ୟ ଥିଲା କି ନାହିଁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ ସନ୍ତ୍ରୋ ରବି ବିରୋଧରେ ଯୌନକର୍ମୀ ଚାଲାଣ, ଦୁଷ୍କର୍ମ, ଅତ୍ୟାଚାର ଆଦି ମାମଲା ବହୁ ସଂଖ୍ୟାରେ ରହିଛି। ଏହି ରବିର କର୍ଣ୍ଣାଟକ ସରକାରରେ ଅନେକ ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି ବୋଲି କଂଗ୍ରେସ ଦାବି କରୁଛି। ରବି ନିଜକୁ ବିଜେପି କର୍ମୀ ବୋଲି ଦାବି କରୁଥିବା ଗୁଣ୍ଡୁ ରାଓ ଟ୍ୱିଟ୍ କରି କହିଛନ୍ତି।
ଏହାର ଉତ୍ତର ଦେଇ ଶ୍ରୀ ବୋମାଇ କହିଛନ୍ତି “ କଂଗ୍ରେସ ରାଜନୀତିରେ ଦେବାଳିଆ ହୋଇଯାଇଛି। ଦିନେଶ ଜାଣିଛନ୍ତି ଯେ ଏଭଳି ବ୍ୟକ୍ତିମାନେ ତାଙ୍କ ଦଳରେ ରହିଛନ୍ତି। ତେବେ ମୁଁ ତାଙ୍କ ସ୍ତରକୁ ଖସିପାରିବି ନାହିଁ। କାରଣ କଂଗ୍ରେସ ହେଉଛି ହୀନ ରାଜନୀତିର ଦ୍ୱାର। ପ୍ରଥମେ ସେମାନଙ୍କୁ ସେମାନଙ୍କର ଘର ଠିକ୍ କରିବାକୁ ଦିଆଯାଉ।”