ହିଟଲର ଭଲ ଥିଲେ, ତୁମକୁ ଜାଳି ମାରିଥିଲେ: ଦି କାଶ୍ମୀର ଫାଇଲ୍କୁ ନିନ୍ଦା କରିବା ପରେ ଭାରତୀୟଙ୍କ ଘୃଣାର ଏମିତି ଶିକାର ହେଉଛି ଇସ୍ରାଏଲ୍
3/12/2022 at 4:33 PM

ନୂଆଦିଲ୍ଲୀ: ଇସ୍ରାଏଲ୍ର ଫିଲ୍ମ ନିର୍ମାମତା ନାଦାଭ ଲାପିଡ୍ ଭାରତୀୟ ସିନେମା ଦି କାଶ୍ମୀର ଫାଇଲ୍କୁ ସମାଲୋଚନା କରିବା ପରେ ନାନା ବିବାଦ ସୃଷ୍ଟି ହୋଇଥିଲା। ଯାହା ଏବେ ବି ଥମିବାର ନା ନେଉନି। ନାଦାଭଙ୍କ କଟୁ ମନ୍ତବ୍ୟ ପରେ କ୍ଷମା ମାଗି ନଦାଭଙ୍କୁ କଟୁ ସମାଲୋଚନା କରିଥିଲେ ଇସ୍ରାଏଲ୍ ରାଷ୍ଟ୍ରଦୂତ। ନାଦାଭ ଭାରତର ଆଥିତେୟତାକୁ ଅପମାନିତ କରିଛନ୍ତି ବୋଲି ଇସ୍ରାଏଲ୍ ରାଷ୍ଟ୍ରଦୂତ କହିଛନ୍ତି।
ଏହି ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସୋସିଆଲ୍ ମିଡିଆରେ ଇସ୍ରାଏଲ୍ ଉପରେ ଘୃଣା ପ୍ରକାଶ କରୁଛନ୍ତି ଭାରତୀୟ। ୟୁଜରମାନେ ନାନା କଟୁ କଥା ଲେଖୁଛନ୍ତି। ଯାହାର ଫଟୋ ଶେୟାର କରିଛନ୍ତି ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲନ।
ଟ୍ୱିଟରରେ ତାଙ୍କୁ ଏକ କମେଣ୍ଟ ମିଳିଥିଲା। ଏହାର ସ୍କ୍ରିନ ଶଟ ନେଇ ସେ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ଲେଖାଯାଇଛି ” ତୁମମାନଙ୍କୁ ପୋଡ଼ିମାରୁଥିବା ହିଟଲର ଭଲ ଥିଲା। ତୁରନ୍ତ ଭାରତରୁ ଯାଅ। ହିଟଲର ଭଲ ଥିଲା।”
ଏନେଇ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ ପକ୍ଷରୁ ଲେଖାଯାଇଥିଲା ଯେ ଏ ଦିଗରେ ମିଳୁଥିବା ଘୃଣିତ ମେସେଜ୍ରୁ ମୁଁ ଗୋଟିଏ ଶେୟାର୍ କଲି। ପ୍ରୋଫାଇଲ୍ ଅନୁସାରେ ଏଭଳି ମନ୍ତବ୍ୟ ଲେଖିଥିବା ଲୋକଟି ପିଏଚ୍ଡି କରିଛି।
ତେବେ ଏହି ଟ୍ୱିଟ୍ ପୋଷ୍ଟ କରିବା ପରେ ଗିଲନଙ୍କୁ ଅନେକ ଭାରତୀୟ ସମର୍ଥନ କରିଥିଲେ। ସମସ୍ତେ ଗିଲନଙ୍କୁ ଭଲପାବା ସହ ସମର୍ଥନ ଦେଇଥିଲେ। ପରେ ଆଉ ଏକ ଟ୍ୱିଟ୍ରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଇସ୍ରାଏଲ ରାଷ୍ଟ୍ରଦୂତ।
ସୂଚନା ଥାଉକି, ଏଥର ଗୋଆରେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ୨୦୨୨ର ଆୟୋଜନ କରାଯାଇଥଲା। ଯେଉଁଥିରେ ସ୍କ୍ରିନିଂ ହୋଇଥିବା ଦି କାଶ୍ମୀର ଫାଇଲ୍କୁ ସମାଲୋଚନା କରିଥିଲେ ଇସ୍ରାଏଲ୍ ଫିଲ୍ମ ନିର୍ଦ୍ଦେଶକ ନାଦାଭ ଲାପିଡ୍। ଫିଲ୍ମ ଟି ପ୍ରଚାର ସର୍ବୋସ୍ୱ। ଏଥିରେ ଅଶ୍ଳୀଳତା ରହିଛି। ଏତେବଡ଼ ଗୋଟେ କାର୍ଯ୍ୟକ୍ରମରେ ଏଭଳି ଫିଲ୍ମ ପ୍ରଦର୍ଶନ ହେବା ଉଚିତ୍ ନୁହେଁ ବୋଲି ଲାପିଡ୍ କହିଥିଲେ।