ହାଣ୍ଡିଶାଳରେ ପଡିଲା ଚଡକ, ମହଙ୍ଗା ହେଲା ଘରୋଇ ଗ୍ୟାସ୍: ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
6/07/2022 at 8:58 AM

ନୂଆଦିଲ୍ଲୀ ୦୬/୦୭: ଗ୍ରାହଙ୍କୁ ମହଙ୍ଗା ମାଡ । ଦରଦାମ ବୃଦ୍ଧିରେ ପୁଣି ପେଶିହେବେ ସାଧାରଣ ଜନତା । ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଗ୍ୟାସ୍ ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି ପାଇଛି ।
ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୦୫୩ ଟଙ୍କାରେ ଉପଲବ୍ଧ ହେବ। ୧୪.୨ କିଲୋଗ୍ରାମ ସିଲିଣ୍ଡର ସହିତ ୫ କିଲୋଗ୍ରାମ ଛୋଟ ଘରୋଇ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ।
Domestic 14.2 kg LPG cylinder’s prices increased by Rs 50/cylinder with effect from today. Domestic LPG cylinder will now cost Rs 1053 in Delhi. 5kg domestic cylinder price increase by Rs 18/cylinder. 19kg commercial cylinder prices decreased by Rs 8.50.
— ANI (@ANI) July 6, 2022
ଏହାର ମୂଲ୍ୟ ସିଲିଣ୍ଡର ପିଛା ୧୮ ଟଙ୍କା ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି । ଏହାର ମୂଲ୍ୟ ସିଲିଣ୍ଡର ପିଛା ୮.୫୦ ଟଙ୍କା ହ୍ରାସ କରାଯାଇଛି । କିଛି ଦିନ ପୂର୍ବରୁ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଥିଲା ।