ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାରର ମରାମତି ଆରମ୍ଭ ହେବ
11/05/2018 at 5:46 AM

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାରର ମରାମତି ଆରମ୍ଭ କରାଯିବ । ଏ ସଂପର୍କରେ ଗୁରୁବାର ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା । ମରାମତି ସମୟରେ ଯେଭଳି ମହାପ୍ରଭୁଙ୍କ ନୀତିରେ କୌଣସି ବ୍ୟାଘାତ ହେବ ନାହିଁ ସେ ନେଇ ସମସ୍ତ ପ୍ରୟାସ କରାଯିବ । ଆସନ୍ତା ରଥଯାତ୍ରା ସମୟରେ ମହାପ୍ରଭୁ ଗୁଣ୍ଡିଚା ଘରେ ବିଜେ କରୁଥିବା ବେଳେ ମରାମତି କାର୍ଯ୍ୟ ବିନା ବାଧାରେ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଶ୍ରୀଜୀଉଙ୍କୁ ଦାନରେ ମିଳୁଥିବା ବସ୍ତ୍ର ଓ ଲୁଗାଗୁଡ଼ିକୁ ନିଲାମ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏଗୁଡିକୁ ଭକ୍ତ ମାନେ କିଣିପାରିବେ । ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ କମିଟି ଏହି ବସ୍ତ୍ର ବିକ୍ରୟ ପାଇଁ ନିଷ୍ପତ୍ତି ନେବେ । ତେବେ ମହାପ୍ରଭୁଙ୍କୁ ଲାଗି ହୋଇଥିବା କିମ୍ୱା ପିନ୍ଧା ଯାଇଥିବା ବସ୍ତ୍ରକୁ ନିଲାମ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି । ଏହି ବସ୍ତ୍ର ଗୁଡ଼ିକ ପୂର୍ବରୁ ବିକ୍ରୟ କରାଯଉଥିବା ବେଳେ, ଏହି ପ୍ରକ୍ରିୟା କିଛି ବର୍ଷ ଧରି ବନ୍ଦ ହୋଇଥିଲା । …