ହଜିଗଲା ଛାଇ
21/05/2018 at 11:10 PM

ଛୁ ମାରିଲା ଛାଇ । କିଛି ସମୟ ପାଇଁ ହଜିଗଲା ଛାଇ। ଲମ୍ବ ଆକାରର ବସ୍ତୁର ଛାଇ ହୋଇ ଗଲା ଅଦୃଶ୍ୟ। ଆଜି ଦିନ ୧୧ ଟା ୪୩ ରୁ ଶୁନ୍ୟଛାୟା ଦୃଶ୍ୟ ଦେଖିଲେ ଲୋକେ। ଭୁବନେଶ୍ବରରେ ପଠାଣି ସାମନ୍ତ ପ୍ଲାନେଟୋରିୟମ ପରିସରରେ ପଳିତ ହୋଇଛି ଶୁନ୍ୟ ଛାୟା ଦିବସ। ଯେତେବେଳେ ସୂର୍ଯ୍ୟ କୌଣସି ସ୍ଥାନର ଅବସ୍ଥିତି ଅର୍ଥାତ ଅକ୍ଷାଂଶ ଓ ଦ୍ରାଘିମାରେ ଅବସ୍ଥାନ କରନ୍ତି, ସେତେବେଳେ ସେହି ସ୍ଥାନରେ ଛାଇ ଦୃଶ୍ୟମାନ ହୁଏ ନାହିଁ । ଏହାକୁ ଶୂନ୍ୟ ଛାୟା ଅବସ୍ଥା ବୋଲି କୁହାଯାଏ । ।ଭୁବନେଶ୍ବରରେ ରେ ଦିନ ୧୧ଟା ୪୩ରେ ଛାଇ ଉଭେଇଗଲା। ଏହି ସମୟରେ ସୂର୍ଯ୍ୟ ଠିକ ମୁଣ୍ଡ ଉପରେ ରହିଥିଲା ଏବଂ ଯେକୌଣସି ଲମ୍ବ ଆକାରର ବସ୍ତୁର ମଧ୍ୟ ଛାଇ ଅଦୃଶ୍ୟ ହୋଇଗଲା। । ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀ ମାନେ ଶୂନ୍ୟ ଛାୟା ଦିବସ ଭାବେ ନାମିତ କରିଛନ୍ତି ।