ହକି ବିଶ୍ୱକପ୍, ସୋମବାରଠୁ ଅଫଲାଇନ୍ରେ ମିଳିବ ଟିକେଟ୍
19/12/2022 at 8:23 AM

ଭୁବନେଶ୍ୱର ୧୯।୧୨ : ଆଜିଠୁ ଅଫଲାଇନ ଟିକେଟ୍ ବିକ୍ରି ଆରମ୍ଭ । ପୁରୁଷ ହକି ବିଶ୍ୱକପ୍ ପାଇଁ ଆଜିଠୁ ଆରମ୍ଭ ହେବ ଅଫ୍ ଲାଇନ ଟିକେଟ ବିକ୍ରି ହେବ। ଉଭୟ ଭୁବନେଶ୍ୱର ଏବଂ ରାଉରକେଲା ଷ୍ଟାଡିୟମରେ ଅଫ୍ ଲାଇନ୍ ଟିକେଟ ବିକ୍ରି କରାଯିବ।
ତେବେ କଳିଙ୍ଗ ଷ୍ଟାଡିୟମର ୮ନମ୍ବର ଗେଟ୍ ଏବଂ ରାଉରକେଲା ବିର୍ସା ମୁଣ୍ଡାର ଷ୍ଟାଡିୟମର ୨ ଓ ୬ ନମ୍ବର ଗେଟ୍ ରେ ମିଳିବ ଟିକେଟ। ଦିନ ୧୧ରୁ ସନ୍ଧ୍ୟା ୭ଟା ଯାଏଁ ଟିକେଟ ମିଳିବ। ମୋଟ୍ ୨୦ ହଜାର ଟିକେଟ ବିକ୍ରି କରାଯିବା ବୋଲି ସୂଚନା ରହିଛି। ଆସନ୍ତା ୧୩ ତାରିଖରୁ ହକି ବିଶ୍ବକପ୍ ଆରମ୍ଭ ହେବ, ୨୯ ତାରିଖରେ ସରିବ।
ସୂଚନାଯୋଗ୍ୟ ଯେ, ଉଭୟ ଭୁବନେଶ୍ବର ଏବଂ ରାଉରକେଲାରେ ଉଦଘାଟନୀ ମ୍ୟାଚ ଖେଳାଯିବ । ବିଶ୍ୱକପ୍ରେ ମୋଟ୍ ୪୪ଟି ମ୍ୟାଚ୍ ଖେଳାଯିବ । ସେଥିରୁ ରାଉରକେଲାରେ ୨୦ଟି ଏବଂ ଭୁବନେଶ୍ୱରରେ ୨୪ଟି ମ୍ୟାଚ୍ ରହିଛି ।
Related Posts
ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ତାଲା ଭାଙ୍ଗି ଲୁଟିଲେ ବ୍ୟାଙ୍କ୍
3 February 2023