scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ, ବୁଧବାର କଟକ ସହରର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

10/01/2023 at 12:57 PM

କଟକ ୧୦।୦୧: ବୁଧବାର କଟକ ସହରର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି । ହକି ବିଶ୍ୱକପ୍‌ର ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି କରାଯାଇଛି । ଅପରାହ୍ନ ୨ଟା ପରେ ସହରର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ବୋଲି ଘୋଷଣା କରିଛନ୍ତି କଟକ ଜିଲ୍ଲାପାଳ ।

ଖବର ଅନୁଯାୟୀ, ଆସନ୍ତା ୧୩ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବେ ପୁରୁଷ ହକି ବିଶ୍ୱକପ୍‌ । ବୁଧବାର ଦିନ କଟକର ବାରବାଟି ଷ୍ଟାଡିୟମରେ ଉଦ୍‌ଘାଟନୀର ପର୍ବ ଆୟୋଜନ ହେବ । ଏଥିରେ ବଲିଉଡ୍‌ରେ ଅନେକ ନାମୀଦାମୀ କଳାକାର ଯୋଗଦେବେ । ଉଦ୍‌ଘାଟନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍‌ ଷ୍ଟାର୍‌ ଆଇକନ୍‌ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନି । ତାଙ୍କ ସାଙ୍ଗକୁ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମ୍‌ଙ୍କ ମ୍ୟୁଜିକ୍‌ରେ ଝୁମିବେ ଦର୍ଶକ। ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ ସହରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଅପରାହ୍ନ ୨ଟା ପରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବାକୁ ନିର୍ଦ୍ଦେଶ ରହିଛି ।

ସେପଟେ କଟକ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଇଛି । ଉଦ୍‌ଘାଟନ ଉତ୍ସବ ବେଳେ ଷ୍ଟାଡିୟମ୍‌ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ପ୍ଲାଟ୍‌ନ୍‌ ଫୋର୍ସଙ୍କୁ ନିୟୋଜିତ କରାଯିବ । ସୁରକ୍ଷା ଦାୟିତ୍ୱ ତଦାରଖ କରିବା ପାଇଁ ୪୦ ଜଣ ଡିଏସ୍‌ପି ସ୍ତରୀୟ ଅଧିକାରୀ, ୫୫ ଜଣ ଇନ୍ସପେକ୍ଟର ସ୍ତରୀୟ ଅଧିକାରୀ, ୩୦୦ ଜଣ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ସମେତ ୮୪ ଜଣ ହାବିଲଦାର, ୩୦୦ରୁ ଅଧିକ କନ୍‌ଷ୍ଟେବଳ, ୫୦୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯାଉଛି ।

   Related Posts