scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହକିର ହବ୍‌ରେ ପ୍ରମେୟ ସହ ନ୍ୟୁଜ୍7 ପାଳିଲା ପଞ୍ଚମ ସଂକଳ୍ପ କାର୍ଯ୍ୟକ୍ରମ, ବିଶିଷ୍ଟ ବ୍ୟକ୍ତିମାନଙ୍କୁ କରାଗଲା ସମ୍ମାନିତ  

27/11/2022 at 4:16 PM

ରାଉରକେଲା: ହକିର ଏନ୍ତୁଡି ଶାଳ ଜିଲ୍ଲା ସୁନ୍ଦରଗଡ଼ । ଆଉ ହକିର ହବ୍ ଇସ୍ପାତ ସହର ରାଉରକେଲା ।  ହକିର ହବରେ ପ୍ରମେୟ ସହ ନ୍ୟୁଜ୍ ସେଭେନ ପାଳନ କରିଛି ପଞ୍ଚମ ତମ ଆମ ସଂକଳ୍ପ କାର୍ଯ୍ୟକ୍ରମ। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ମାନଙ୍କୁ ମମ୍ମାନିତ କରାଯାଇଛି। 

ଦାୟିତ୍ଵ ବୋଧତାକୁ ନିଜର ପ୍ରେରଣାର ଉତ୍ସ କରି ପ୍ରମେୟ ସହ ନ୍ୟୁଜ୍ ସେଭେନ  ହକିର ହବ ଇସ୍ପାତ ସହର ରାଉରକେଲାରେ ପ୍ରତ୍ୟେକ ବର୍ଷ ପାଳନ କରିଆସୁଛି ଆମ ସଂକଳ୍ପ କାର୍ଯ୍ୟକ୍ରମ । ୨୦୧୮ମସିହାରୁ ଆରମ୍ଭ ହୋଇଥିବା ଆମ ସଂକଳ୍ପ କାର୍ଯ୍ୟକ୍ରମ ସମାଜ ପାଇଁ ଉତ୍ସଗୀକୃତ । ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖ୍ୟନୀୟ ଅବଦାନ ପାଇଁ ବ୍ୟକ୍ତି ମାନଙ୍କୁ କରିଆସୁଛି ସମ୍ମାନିତ । ରାଉରକେଲା ସେକ୍ଟର-୮ ପଡ଼ିଆରେ ଗତ କାଲି ସଂଧ୍ୟାରେ ଏକ ଭବ୍ୟ ପରିବେଷରେ ଅନୁଷ୍ଠିତ ହୋଇଯାଇଛି ଆମ ସଂକଳ୍ପ କାର୍ଯ୍ୟକ୍ରମ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ରାଉରକେଲା ଷ୍ଟିଲ୍ ପ୍ଳାଂଟର ନିର୍ଦ୍ଦେଶକ ଅତୁନ ଭୁମିକ୍ ଯୋଗ ଦେଇ ପ୍ରମେୟ ସହ ନ୍ୟୁଜ୍ ସେଭେନର ପ୍ରୟାସ ସମାଜ ପାଇଁ ଅତୂଳନୀୟ ଅବଦାନ ବୋଲି କହିଛି। ସେପଟେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଥିବା ବ୍ୟକ୍ତି ବିଶେଷମାନେ ପ୍ରମେୟ ସହ ନ୍ୟୁଜ୍ ସେଭେନର ଆମ ସଂକଳ୍ପ କାର୍ଯ୍ୟକ୍ରମ ସମାଜ ପାଇଁ ଏକ ଦର୍ପଣ ବୋଲି ମତବ୍ୟକ୍ତ କରିଛି ।

ଆମ ସଂକଳ୍ପ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଇସ୍ପାତ ସହରକୁ ପ୍ଳାଷ୍ଟିକ ସହ ପ୍ରଦୂଷଣ ମୁକ୍ତ ସବୁଜ ବନାନୀରେ ଗଢ଼ି ତୋଳିବା ଆଉ ସେହି ପ୍ରୟାସକୁ ବାସ୍ତବିକ ରୂପପରେ ପରିଣତ କରିବା ହିଁ ପ୍ରମେୟ ସହ ନ୍ୟୁଜ୍ ସଭେନ ପ୍ରତିଶୃତି ବଦ୍ଧ । ଶୀତୁଆ ସଂଧ୍ୟାକୁ ମତୁଆଲା କରିବା ପାଇଁ ମଂଚରେ ପରିବେଷଣ ହୋଇଥିଲା ମ୍ୟୁଜିକାଲ୍ ନାଇଟ । ଓଡ଼ିଆ ଚଳଚିତ୍ରର ସୁନାମ ଧନ୍ୟ କଣ୍ଠ ଶିଲ୍ଲୀ ବିଷ୍ଣୁ ମୋହନ କବି, ଗାୟିକା ପ୍ରଜ୍ଞା ହୋତାଙ୍କ ସହ କମେଡ଼ିଆନ ମିଷ୍ଟର ମଣି ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇଥିଲେ।  ମିଷ୍ଟର ମଣିଙ୍କ କମେଡ଼ି ଏବଂ ଗାୟକଙ୍କ ସୁମଧୁର ଗୀତର ମୁର୍ଚ୍ଛନାରେ ଦର୍ଶକ ନାଚି ଉଠିଥିଲେ। କେବଳ ଗଣମାଧ୍ୟମ ଜଗତରେ ନିଜର କର୍ତ୍ତବ୍ୟ  ସାବ୍ୟସ୍ତ କରିନାହିଁ ପ୍ରମେୟ ସହ ନ୍ୟୁଜ୍ ସେଭେନ। ସମାଜ ପାଇଁ ଅନେକ ଲକ୍ଷ୍ୟ ନେଇ କରିଆସୁଛି ଆମ ସଂକଳ୍ପ କାର୍ଯ୍ୟକ୍ରମ ।

   Related Posts