Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ସଶକ୍ତିକରଣକୁ ଦେଇଛି ନୂଆ ଦିଗ, ସମଗ୍ର ବିଶ୍ବରେ ପାଲଟିଛି ଉଦାହରଣ

10/06/2023 at 4:18 PM

ଭୁବନେଶ୍ବର ୧୦।୬: ମହିଳା ସଶକ୍ତିକରଣରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା । ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ସଶକ୍ତିକରଣକୁ ନୂଆ ଦିଗ ଦେଇଛନ୍ତି ବୋଲି ବିଜେଡି ମୁଖପାତ୍ର ଶ୍ରୀମୟି ମିଶ୍ର କହିଛନ୍ତ । ସାମାଜିକ ବିପ୍ଳବର ରୂପ ନେଇଛି, ସ୍ୱତନ୍ତ୍ର ବିଭାଗ ଗଠନ ହୋଇଛି, ସମଗ୍ର ବିଶ୍ବରେ ଉଦାହରଣ ପାଲଟିଛି । ୬ ଲକ୍ଷ ଗ୍ରୁପରେ ୭୦ ଲକ୍ଷ ମହିଳା ସାମିଲ ହୋଇଛନ୍ତି । ସବୁଠି ଏସଏଚଜି ମାଆମାନେ ୨୦ଟି ବିଭାଗରେ କାର୍ଯ୍ୟ କରିଛନ୍ତି ।

ସ୍ବଂୟ ସହାୟିକା ଗୋଷ୍ଠୀ ମାଆମାନଙ୍କ ପ୍ରଶଂସା ଓଡ଼ିଶା ବିଜେପିକୁ ପସନ୍ଦ ଆସୁନି । ମାଆଙ୍କୁ ନିନ୍ଦା, ଅପମାନିତ କରାଯାଉଛି । ଏସଏଚଜି ମାଆମାନେ ପଇସା ନେଇ କାମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରୁଛି ।  ଏଭଳି ଅପମାନିତ କରିବା କେତେ ଦୂର ଯୁକ୍ତିଯୁକ୍ତ । ପବ୍ଲିକ ଲାଇଫକୁ ଆସିବାକୁ ଥିବା ମାଆମାନେ ଅପମାନିତ ହେଉଛନ୍ତି । ଉପନିର୍ବାଚନରେ ଆମ ପ୍ରାର୍ଥିନୀଙ୍କୁ ନିନ୍ଦା ଆଉ ଅପମାନିତ କଲା ବିଜେପି । ବିଜେପିର ଆଚରଣ ଆଉ ଉଚ୍ଚାରଣ ପାଇଁ ଓଡ଼ିଶାରେ ସଫଳତା ପାଇପାରୁନାହାନ୍ତି । ବାରମ୍ବାର ଭୁଲ କରି ମହିଳାଙ୍କୁ ଅପମାନିତ କରୁଛନ୍ତି ।

ସେପଟେ ଆସନ୍ତା ୧୭ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ଯେଉଁ ସମ୍ପର୍କ ମହିଳାଠାରୁ ଆରମ୍ଭ ହୋଇଥାଏ, ମାଆଙ୍କୁ କେମିତି ସମ୍ପର୍କ ଦେବା କଥା ଜାଣିନାହାନ୍ତି ବିଜେପି । ଜନ ସମ୍ପର୍କ କଲେ ଓଡ଼ିଶାରେ କିଛି ଫରକ ପଡିବନି କି କାମ କରିବ ନାହିଁ।

You Can Read :

   Related Posts