ସ୍ୱର୍ଗତଃ ସଞ୍ଜୀବ ଦାସଙ୍କ ସ୍ମୃତିରେ ଜଟଣୀ ସୁରକ୍ଷା ମଞ୍ଚ ପକ୍ଷରୁ ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ
11/06/2018 at 4:24 PM

ସ୍ୱର୍ଗତଃ ସଞ୍ଜୀବ ଦାସଙ୍କ ସ୍ମୃତିରେ ଜଟଣୀ ସୁରକ୍ଷା ମଞ୍ଚ ପକ୍ଷରୁ ଆଗ୍ରଓ୍ୱାଲ ଧର୍ମଶାଳାରେ ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ପ୍ରସୂତି, ଭେଷଜ, ମଧୁମେହ ଓ ଚକ୍ଷ୍ୟୁ ଆଦି ବିଭାଗରେ ଲୋକଙ୍କୁ ମାଗଣାରେ ଚିକିତ୍ସା କରାଯିବା ସହ ଔଷଧ ବଣ୍ଟନ କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ବିଶେଷଜ୍ଞ ଦଳ ଲୋକଙ୍କ ଚିକିତ୍ସା କରିଛନ୍ତି । ଏହି ଅବସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏଥିରେ ମୋଟ ୧୦୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ରକ୍ତଦାନ ଶିବିରକୁ କ୍ୟାପିଟାଲ ହସ୍ପିଟାଲର କର୍ମକର୍ତ୍ତା ପରିଚାଳନା କରିଥିଲେ। ମାଗଣାରେ ସ୍ୱାସ୍ଥ୍ୟସେବା ପାଇ ସ୍ଥାନିୟ ଲୋକେ ଆୟୋଜକଙ୍କୁ ପ୍ରଂଶସା କରିଥିଲେ।
Related Posts
କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
31 March 2023