suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୋରରେ ବର ଶୋଭାଯାତ୍ରାରେ ଗଣ୍ଡଗୋଳ

12/05/2018 at 5:12 AM

ସୋରରେ ବର ଶୋଭାଯାତ୍ରାରେ ଗଣ୍ଡଗୋଳ ।  ବିବାହ ଭୋଜି ଖାଇ ଫେରୁଥିବା ବରଯାତ୍ରୀଙ୍କୁ ଅନ୍ୟ ଏକ ଗାଡିରେ ଆସୁଥିବା ବରଯାତ୍ରୀଙ୍କ ଅସଦାଚରଣ। ବାଲେଶ୍ବର ଜିଲ୍ଲା ବାହାନଗା କମାରୀପଡା ଗାଁରେ କିଛି ଲୋକ  ଭଦ୍ରକ ବାସୁଦେବପଡା ଟାଉନ ସ୍ଥିତ ଝିଅଘରୁ ଭୋଜି ଖାଇ ଫେରୁଥିଲେ । ଅନନ୍ତପଡା ବାସୁଦେବପୁର ରାସ୍ତା ଛତୁର୍ଗା ଛକରେ ଅନ୍ୟ ଏକ ବରଯାତ୍ରୀ ଗାଡି ଆସୁଥିଲା । ସେମାନେ କମାରୀପଡା ଗାଁ ଲୋକ ଆସୁଥିବା ବସକୁ ଅଟକାଇଥିଲେ । ବସ ଭିତରେ ପଶି ୧୦ରୁ ଅଧିକ ଯୁବକ ମହିଳାଙ୍କୁ ଅସଦାଚରଣ କରିଥିଲେ । ଏପରିକି ଯୁବତୀ ଓ ମହିଳାଙ୍କୁ ଲୁଟପାଟ କରିଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷ ଧସ୍ତାଧସ୍ତିରେ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ସୋର ଓ ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ ।

Leave a Reply

   Related Posts