ସୋନମଙ୍କ ଲଭଷ୍ଟୋରିର ନାୟକ
10/05/2018 at 8:18 AM

ଦିଲ୍ଲୀବାଲା ଦିଲବର ଆନନ୍ଦ ଆହୁଜାଙ୍କ ହାତ ଧରି, ସୋନମ୍ ଏବେ ସୁନାବୋହୂ । ଗତ ମେ’ ଆଠ ତାରିଖରେ ସରିଛି ସୋନମ୍ ଓ ଆନନ୍ଦଙ୍କ ବିବାହ । ଦୁହେଁ, କେବେବି’ ଦୁହିଁଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲି ନ’ଥିଲେ ମଧ୍ୟ ବଲିଉଡ ଫିଲ୍ମ ଜଗତରେ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଲାଗିଛି ଚର୍ଚ୍ଚା । କୁହା ଯାଉଛି 2016ରୁ ହିଁ ସୋନମ୍ ଓ ଆନନ୍ଦଙ୍କ ଭିତରେ ଆରମ୍ଭ ହୋଇଥିଲା ପ୍ରେମର ସିଲସିଲା । ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଏକ ପାର୍ଟିର ଫଟୋରେ ଦୁହିଁଙ୍କୁ ଦେଖିବାକୁ ମିଳିଥିଲା ଏକା ସାଂଗେ । ଏହା ପରେ ଦୁହିଁଙ୍କ ମିଳାମିଶାର ଆଉ ଏକ ଫଟୋ ସାମ୍ନାକୁ ଆସିଲା, ଯାହାକୁ ପୋଷ୍ଟ କରିଥିଲେ ସୋମନଙ୍କ ଭଉଣୀ ରିୟା କପୁର । କ୍ୟାପସନରେ ଲେଖା ଥିଲା- Crew Love । ଏହାର ଗୋଟିଏ ବର୍ଷ ପରେ 2017ରେ ଆନନ୍ଦ ଆହୁଜା, କପୁର ଫ୍ୟାମିଲୀ ସହିତ ବୁଲିବାକୁ ଯାଇଥିଲେ ଲଣ୍ଡନ । ମୌକା ଥିଲା , ସୋନମଙ୍କ ମା’ ସୁନିତାଙ୍କ ‘ବର୍ଥ-ଡେ’ ପାର୍ଟି । କପୁର ଫ୍ୟାମିଲୀ ଆନନ୍ଦଙ୍କୁ ସାମିଲ କରିଥିଲା ନିଜ ଫ୍ୟାମିଲୀ ଫଟୋରେ । ଏହା ପରେ ଫିଲ୍ମ ‘ନିର୍ଜା’ର ନ୍ୟାସନାଲ୍ ଆୱାର୍ଡ ଫଙ୍କସନ୍ ହେଉ କି କାନ୍ ଫିଲ୍ମ ଫେଷ୍ଟିଭାଲ୍, ସୋନମଙ୍କ ସାଥିରେ ଥିଲେ ଆନନ୍ଦ । 2018 ନୂଆବର୍ଷକୁ ଦୁହେଁ, ସାଥୀ ହୋଇ ସ୍ୱାଗତ କରିଥିଲା ପ୍ୟାରିସରେ । ମିଡିଆରେ ସୋନମ ଓ ଆନନ୍ଦଙ୍କ ସମ୍ପର୍କର ଚର୍ଚ୍ଚା ମଧ୍ୟ ଶୁଣିଥିଲେ ସୋମମଙ୍କ ବାପା ଅନୀଲ କପୁର । କହିଥିଲେ, ଏହା ସୋନମଙ୍କ ବ୍ୟକ୍ତିଗତ ବ୍ୟାପାର । ଆନନ୍ଦଙ୍କୁ ସୋନମ, ତାଙ୍କ ସହିତ ପରିଚିତ କରାଇବେ କି ନାହିଁ, ଏହା ସୋନମଙ୍କ ଉପରେ ନିର୍ଭର କରୁଛି । ଏହାପରେ ସୋନମଙ୍କ ପାଇଁ ଫିଟି ଯାଇଥିଲା ବାଟ । ଅନୀଲ କପୁରଙ୍କ ସହିତ ଅନନ୍ଦଙ୍କ ପରିଚୟ ପରେ , ଠିକ ହୋଇ ଯାଇଥିଲା, ସୋନମ ଓ ଆନନ୍ଦଙ୍କ ବିବାହ ତାରିଖ ।
ସୋନମ କପୁରଙ୍କ ଲଭଷ୍ଟୋରିରେ ଆନନ୍ଦ ଆହୁଜା ଏବେ ନାୟକ । ଏହା ପୂର୍ବରୁ ସୋନମଙ୍କ ଲଭ ଲାଇଫରେ ଆସିଛନ୍ତି ରଣବୀର କପୁର ଓ ପାକିସ୍ତାନୀ ଅଭିନେତା ଫୱାଦ ଖାନ୍ । 2007ରେ ରିଲିଜ ହୋଇଥିବା ଫିଲ୍ମ ‘ସାୱରିୟା’ର ସୁଟିଂ ସେଟରୁ ହିଁ ଚର୍ଚ୍ଚା ହୋଇ ଆସୁଥିଲା ସୋନମଙ୍କ ସହିତ ରଣବୀରଙ୍କ ପ୍ରେମ ସମ୍ପର୍କ । କିନ୍ତୁ ଦୀପିକା ପାଦୁକୋନଙ୍କ ସହିତ ରଣବୀରଙ୍କ ସମ୍ପର୍କ ହିଁ ସାଜିଲା, ସୋନମ ଓ ରଣବୀରଙ୍କ ବ୍ରେକପର କାରଣ । ପରେ 2014ରେ ରିଲିଜ ହୋଇଥିବା ଫିଲ୍ମ ‘ଖୁବସୁରତ’ର କୋ-ଷ୍ଟାର, ପାକିସ୍ତାନୀ ରକଷ୍ଟାର ଫୱାଦ ଖାନଙ୍କ ସହିତ ସମ୍ପର୍କକୁ ନେଇ, ସୋନମ ଥିଲେ ଉତ୍ସାହିତ । କିନ୍ତୁ ପୂର୍ବରୁ ବିବାହିତ ଫୱାଦ ଖାନଙ୍କ ହ୍ୟାପି ଫ୍ୟାମିଲୀ ସାଜିଲା ଏ ସମ୍ପର୍କର ପ୍ରତିବନ୍ଧକ । ଦୁହିଁଙ୍କ ସହିତ ବ୍ରେକପ ପରେ ସୋନମଙ୍କ ଲଭଷ୍ଟୋରିରେ ଏବେ ଜଣେ ନାୟକ । ସେ ଆନ୍ଦନ ଆହୁଜା । ଯାହାଙ୍କ ହାତ ଧରି ସୋନମ୍ ସାଜିଛନ୍ତି ସୁନାବୋହୂ ।