ସୁସ୍ଥ ହେଉଛନ୍ତି ଜଗା କାଳିଆ, ଦିଲ୍ଲୀ ଏମ୍ସରୁ ଜଗା କାଳିଆଙ୍କ ଆଉ ଏକ ଭିଡିଓ
2/05/2018 at 11:52 PM

ଖେଳୁଛନ୍ତି ଜଗା କାଳିଆ । ଦୁଇ ଭାଇ ବେଶ ଫୂର୍ତ୍ତିର ସହ ଖେଳୁଛନ୍ତି । ଦିଲ୍ଲୀ ଏମ୍ସରୁ ଆସିଥିବା ଜଗା କାଳିଆଙ୍କ ଏହି ଭିଡିଓ ଏବେ ବେଶ ଭାଇରାଲ୍ ହୋଇଛି । ଯେଉଁଥିରେ ଦୁଇ ଭାଇଙ୍କୁ ଖୋଲା ଦେହରେ ତେଲ ଲଗାଇ ମାଲିସ କରାଯାଉଛି । କାଳିଆ ଶୋଇ ରହିଥିବା ବେଳେ ଜଗା ବସିଛି । ଆଉ ସାନ ଭାଇ କାଳିଆ ହାତରେ ଜଗା ନିଜ ହାତ ବାଡେଇ ଖେଳାଇବାକୁ ଚେଷ୍ଟା କରୁଛି । ଜଗା ବେଶ ସ୍ମାର୍ଟ ଓ ସୁସ୍ଥ ଜଣାପଡୁଛି । ଆଉ କାଳିଆକୁ ପାଖରେ ପାଇ ଜଗା ବହୁତ ଖୁସି ହେଉଛି । ଦୁଇ ଭାଇଙ୍କ ମୁହଁରେ ହସ ବି ଦେଖିବାକୁ ମିଳୁଛି । ଉଭୟଙ୍କ ମୁଣ୍ଡରେ ଆଉ ସ୍ବତନ୍ତ୍ର ହେଲମେଟ୍ ନାହିଁ । କାଳିଆ ମୁଣ୍ଡରୁ କପଡା ଖୋଲିଦିଆଯାଇଛି । ମୁଣ୍ଡରେ ଚୁଟି ମଧ୍ୟ ଉଠିଲାଣି । ଦୁଇ ଭାଇ ସବୁ କିଛି ଜାଣପାରୁଛନ୍ତି । ଏହି ଭିଡିଓ ଆସିବା ପରେ ଲାଗୁଛି ଖୁବ୍ ଶିଘ୍ର ଦୁଇ ଭାଇ ସଂପୂର୍ଣ୍ଣ ସୁସ୍ଥ ହୋଇ ଘକୁ ଫେରିବେ ।