scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ; ଦିଲ୍ଲୀ ରାୟ ବିରୋଧରେ କେନ୍ଦ୍ରର ଅଧ୍ୟାଦେଶ, ଅନ୍ତିମ ମୋହର ମାରିବେ ଏଲଜି

20/05/2023 at 11:05 AM

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବନାମ କେନ୍ଦ୍ର ସରକାର । କିଛି ଦିନ ହେଲା ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳରେ ଅଧିକାରକୁ ନେଇ ଚାଲିଛି ଲଢେଇ । କେନ୍ଦ୍ର ନା ରାଜ୍ୟ, କାହା ହାତରେ ରହିବ ସୁପ୍ରିମ ପାଓ୍ବାର ? ଏହାକୁ ନେଇ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ମଧ୍ୟ କେଜ୍ରିଓ୍ବାଲ ସରକାରଙ୍କ ବିଜ୍ଞପ୍ତିକୁ ଗତିରୋଧ କରିବାରେ ଲାଗିପଡ଼ିଛନ୍ତି ଦିଲ୍ଲୀ ଉପ-ରାଜ୍ୟପାଳ  । ସେପଟେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ନୂଆ ଅଧ୍ୟାଦେଶରେ ଜାରି କରିଛନ୍ତି । ଏଥିରେ ଦିଲ୍ଲୀରେ ଅଧିକାରୀଙ୍କ ପୋଷ୍ଟିଂ ଓ ଟ୍ରାନ୍ସଫରର ଅସଲି ବସ୍ ଏଲଜି ରହିବେ ବୋଲି ଉଲ୍ଲେଖ ରହିଛି ।

କିଛି ପୂର୍ବରୁ ନିର୍ବାଚିତ ସରକାରଙ୍କ ପାଖରେ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳ କ୍ଷମତା ରହିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଥିଲେ । ଏହା ଦ୍ବାରା ସରକାର ଏହାର ଉତ୍ତରଦାୟୀ ରହିବେ ।  କିନ୍ତୁ କେନ୍ଦ୍ର ସରକାର ଯେଉଁ ବିଜ୍ଞପ୍ତି ଜାରି କରିଛନ୍ତି, ସେଥିରେ ଦିଲ୍ଲୀ ସରକାର ଅଧିକାରୀଙ୍କ ନିଯୁକ୍ତି ଓ ବଦଳ ନିଷ୍ପତ୍ତି ନେଇ ପାରିବେ ହେଲେ ଏଥିରେ ଚୂଡ଼ାନ୍ତ ମୋହର ଦିଲ୍ଲୀ ଉପ-ରାଜ୍ୟପାଳ ମାରିବେ ।

ଏହାକ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । କେଜ୍ରିଓ୍ବାଲ ସରକାର ଅଧିକାରୀମାନଙ୍କୁ ମନଇଚ୍ଛା ପୋଷ୍ଟିଂ କରିବା ବୋଲି ବିଜେପି କହିଛି । ସେପଟେ ଆମ୍ ଆଦମୀ ପାର୍ଟି କେନ୍ଦ୍ର ଏହି ଅଧ୍ୟାଦେଶକୁ ଭୁଲ ବୋଲି କହିଛି । ଏହି ବିଜ୍ଞପ୍ତି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ଅବମାନନା କରିବା ସହିତ ସମାନ । ବିଜେପି ସମସ୍ତ ସ୍ଥାନରୁ ହାରିବା ପରେ ବାଉଳା ହେଉଛି ଆପ୍ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି ।

ସରଳ ଭାଷାରେ କହିବାକୁ ଗଲେ , କେନ୍ଦ୍ର ସରକାର ଯେଉଁ ଅଧ୍ୟାଦେଶ ଜାରି କରିଛି । ଏହାରି ମାଧ୍ୟମରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ଼ରେ ସିବିଲ୍ ସେବା ପ୍ରାଧିକରଣ ଗଠନ ହେବ । ଏହି କମିଟିର ବହୁମତ ଆଧାରରେ ଅଧିକାରୀଙ୍କ ନିଯୁକ୍ତି ଓ ବଦଳ କରାଯିବ । ଏଥିରେ ୩ଜଣ ସଦସ୍ୟ ରହିବେ । ଏମାନଙ୍କ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,  ଏବଂ ଗୃହ ବିଭାଗର ପ୍ରଧାନ ସଚିବ ରହିବେ । ଅଧିକାରୀଙ୍କୁ ନେଇ କୌଣସି ନିଷ୍ପତ୍ତି ପ୍ରାଧିକରଣର ବହୁମତ ଆଧାରରେ ନିଆଯିବ । ଏହାର ସରଳ ଉତ୍ତର ଖୋଜିଲେ, ଦିଲ୍ଲୀରେ ନିର୍ବାଚିତ ସରକାରଙ୍କ ପଖରେ ସପୂର୍ଣ୍ଣ କ୍ଷମତା ରହିବ ନାହିଁ ।   

   Related Posts