ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳ ବିଶ୍ରା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଆବ୍ୟବସ୍ଥା
18/05/2018 at 9:26 PM

ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳ ବିଶ୍ରା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଆବ୍ୟବସ୍ଥା , ଏଠାରେ ଥିବା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଡ଼।କ୍ତରଙ୍କ ଠାରୁ ନର୍ସ, ଷ୍ଟାପ୍ ନର୍ସ ପର୍ଯ୍ୟନ୍ତ କେହି ନାହାନ୍ତି । ଗୋଟିଏ ଡ଼।କ୍ତରରେ ଚାଲିଛି ସ୍ବାସ୍ଥ୍ୟ ସେବା। ଏମିତିକି ଆମ୍ବୁଲାନ୍ସଟିଏ ମଧ୍ୟ ନାହିଁ। ଯେଉଁ ଆମ୍ବୁଲାନ୍ସ ଅଛି ତାହା ଅଚଳ । ବିଶ୍ରା ବ୍ଲକର ଅନେକ ଲୋକଙ୍କ ସହ ପଡ଼େ।ଶୀ ଝାଡ଼ଖଣ୍ଡର ଲୋକେ ମଧ୍ୟ ଏହି ଡ଼।କ୍ତରଖାନାକୁ ନିର୍ଭର କରନ୍ତି । ନାହିଁ ନାହିଁ ରେ ଚାଲିଛି ସ୍ବାସ୍ଥ୍ୟସେବା, ଯାହାକୁ ନେଇ ଅନେକଥର ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଡ଼।କ୍ତର, ନର୍ସ, ଷ୍ଟାପ୍ ନର୍ସ ସହ ଆମ୍ମୁଲାନ୍ସ ଯୋଗାଇ ଦେବାପାଇଁ ଦାବୀ କରିଥିଲେ କିନ୍ତୁ କିଛି ଫଳପ୍ରଦ ନହେବାରୁ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପାନପୋଷ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଯଦି ତୁରନ୍ତ ବିଶ୍ରା ଡ଼।କ୍ତରଖାନାର ଅବ୍ୟବସ୍ଥା ନ ସୁଧାରି ଦିଆଯାଏ ତାହଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ।