ସୁନାମାଲ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ
22/05/2018 at 5:35 AM

ଚିକିତ୍ସାଧୀନ ଦନ୍ତାର ମୃତ୍ୟୁ । ଝାରସୁଗୁଡା କୋଲାବିରା ରେଞ୍ଜ୍ ସୁନାମାଲ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଆଜି ସକାଳୁ ହାତୀର ମୃତ୍ୟୁ ଖବରପାଇ ବନ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଂଚିଛନ୍ତି । ଗତ ୧୯ ତାରିଖରେ ଓୟୁଏଟିର ପ୍ରାଣୀଚିକିତ୍ସକ ଓ ନନ୍ଦନକାନନରୁ ଟ୍ରାଙ୍କୁଳାଇଜର ଟିମ୍ ଆସି ହାତୀର ଚିକିତ୍ସା କରି ଫେରିଥିଲେ । ହାତୀର ମୁହଁରେ ଦୀର୍ଘଦିନରୁ ଘା ହୋଇଥିବା ଓ ସେଥିରୁ ରକ୍ତଶ୍ରାବ ହେଉଥିବା ଜଣା ପଡିବା ପରେ ଚିକିତ୍ସା କରାଯାଇଥିଲା । ଏହାକୁ ମିଶାଇ ଗତ ୪ ମାସରେ ଝାରସୁଗୁଡ଼ା ଜିଲ୍ଲାରେ ହାତୀ ମୃତ୍ୟୁ ସଂଖ୍ୟା ୮ ରେ ପହଁଚିଛି । ଗତମାସରେ ଟ୍ରେନ ଧକ୍କାରେ ବାଗଡ଼ିହି ନିକଟରେ ୪ ଟି ହାତୀଙ୍କ ଏକସଙ୍ଗେ ମୃତ୍ୟୁ ହୋଇଥିଲା । ପୂର୍ବରୁ ମଧ୍ୟ ଦୁର୍ଘଟଣାରେ ୩ ଟି ହାତୀ ମୃତ୍ୟୁବରଣ କରିଥଲେ ।