ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ସାହିତ୍ୟରେ ଘୋଷଣା ହେଲା ନୋବେଲ୍‌, ଫରାସୀ ଲେଖିକା ଆନ୍ନି ଏର୍ନାକ୍ସଙ୍କୁ ମିଳିବ ସମ୍ମାନ

6/10/2022 at 5:04 PM

ନୂଆଦିଲ୍ଲୀ, ୦୬/୧୦: ଚଳିତ ବର୍ଷ ଅର୍ଥାତ ୨୦୨୨ ପାଇଁ ଘୋଷଣା ହୋଇଛି ସାହିତ୍ୟ ପାଇଁ ନୋବେଲ୍‌ ପୁରସ୍କାର । ଫରାସୀ ଲେଖିକା ଆନ୍ନି ଏର୍ନାକ୍ସ ସାହିତ୍ୟ ବିଭାଗରେ ନେବୋଲ୍‌ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଆନ୍ନି ଏର୍ନାକ୍ସଙ୍କ ଲିଖିତ “for the courage and clinical acuity with which she uncovers the roots, estrangements and collective restraints of personal memory.” କୃତୀ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।  

ଆନ୍ନି ଏର୍ନାକ୍ସ ତାଙ୍କ ଲେଖାରେ, କ୍ରମାଗତ ଭାବରେ ଏବଂ ବିଭିନ୍ନ ଦିଗରୁ, ଲିଙ୍ଗ, ଭାଷା ଓ ବିଭିନ୍ନ ଶ୍ରେଣୀର ଲୋକଙ୍କ ସମ୍ବନ୍ଧରେ ଦୃଢ଼ ପାର୍ଥକ୍ୟ ସହ ଜୀବନର ସ୍ଥିତିକୁ ତର୍ଜମା କରିଛନ୍ତି । ଏପରି ଲେଖା ପାଇଁ ଦୃଢ଼ ଏକାଗ୍ରତା  ସହ ଏହା ତାଙ୍କ ପାଇଁ କଠିନ ଥିଲା । ସାହିତ୍ୟ ବିଭାଗ ପାଇଁ ସ୍ୱିଡେନ୍‌ର ଷ୍ଟକହୋମ୍‌ ସ୍ଥିତ ସ୍ୱେଡେସ୍‌ ଏକାଡେମୀ ଚୟନ କାର୍ଯ୍ୟ କରୁଥିବା ବେଳେ ଏକାଡେମୀ ଏକ ଷ୍ଟେଟ୍‌ମେଣ୍ଟ ଜାରିକରି ସୂଚନା ଦେଇଛି । ନୋବେଲ୍‌ ସମ୍ମାନର ଚତୁର୍ଥ ପୁରସ୍କାର ଭାବେ ସାହିତ୍ୟକୁ ରଖିଥିଲେ ଆଲ୍‌ଫ୍ରେଡ୍‌ ନୋବେଲ୍‌ । ଏନେଇ ସେ ତାଙ୍କ ଉଇଲ୍‌ରେ ଲେଖିଯାଇଛନ୍ତି ।

ତେବେ ଗତବର୍ଷ ଅର୍ଥାତ ୨୦୨୧ରେ ତାଞ୍ଜାନିଆର ଉପନ୍ୟାସିକ ଅବ୍‌ଦୁଲ୍‌ରାଜକ ଗ୍ରୁନ୍‌ହା ତାଙ୍କର କୃତୀ “uncompromising and compassionate penetration of the effects of colonialism and the fate of the refugees in the gulf between cultures and continents” ପାଇଁ ନୋବେଲ୍‌ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।  

   Related Posts