LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସାହାଯ୍ୟ ବାହାନାରେ ATM କାଉଣ୍ଟରରୁ ଟଙ୍କା ହଡ଼ପ

16/05/2018 at 9:22 PM

ସାହାଯ୍ୟ ବାହାନାରେ ATM କାଉଣ୍ଟରରୁ ଟଙ୍କା ହଡ଼ପ କରିଥିବା ଲୁଟେରା ଗିରଫ। ଲୋକଙ୍କୁ ଭକୁଆ ବନେଇ ATMରୁ ଲକ୍ଷଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ଆସିଥିଲା । ଧରାପଡ଼ିଥିବା କନ୍ଧମାଳ ଟିକାବାଲି ସଙ୍କରଖୋଲ୍ ସୁଣ୍ଢି ସାହିର ପ୍ରଭାକର ପ୍ରଧାନ । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଶରଧାପୁର ଗାଁର ସଙ୍କର୍ଷଣ ସାହୁ ଫେରାର୍ ଅଛି । ଗିରଫ ଆଭିଯୁକ୍ତଙ୍କ ଠାରୁ ୨ ଲକ୍ଷ ୩ ହଜାର ୪ ଶହ ଟଙ୍କା ସହ ୧୩ଟି ଏ.ଟି.ଏମ୍ କାର୍ଡ ଓ ଗୋଟିଏ ମଟର ସାଇକେଲ ଜବତ ହୋଇଛି । ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା, ଗୋପାଳପୁର, ବ୍ରହ୍ମପୁର, ବୈଦ୍ୟନାଥପୁର ଅଞ୍ଚଳ ଏ.ଟି.ଏମରୁ ଲୋକଙ୍କୁ ଲୁଟୁଥିଲେ । ଲୁଟର ଶିକାର ବ୍ୟକ୍ତିଙ୍କଠାରୁ ଅଭିଯୋଗ ପାଇ ପୋଲିସ ଏହାର ତଦନ୍ତ ଆରମ୍ଭ କରିବା ପରେ ଜଣକୁ ଧରିଛି । ଅନ୍ୟଜଣେ ଅଭିଯୁକ୍ତ ଶଙ୍କର୍ଷଣ ସାହୁକୁ ଖୁବ ଶୀଘ୍ର ଧରାଯିବା ବୋଲି ପୋଲିସ କହିଛି । ଲୁଟ୍‌ର ଶିକାର ୫ ଜଣଙ୍କ ଟଙ୍କା ସେମାନଙ୍କୁ ଫେରାଇଛି ପୋଲିସ ।

Leave a Reply

   Related Posts