ସାଧାରଣତନ୍ତ୍ର ଦିବସ ପାଇଁ ଆଜି ଦିଲ୍ଲୀରେ ଅନୁଷ୍ଠିତ ହେବ ଫୁଲ୍ ଡ୍ରେସ ପରେଡ ରିହରସଲ
23/01/2019 at 11:59 AM

ଦିଲ୍ଲୀ ୨୩/୧ : ଆଜି ଦିଲ୍ଲୀରେ ଅନୁଷ୍ଠିତ ହେବ ଫୁଲ୍ ଡ୍ରେସ ପରେଡ ରିହରସଲ । ଚଳିତ ବର୍ଷ ସାଧାରଣତନ୍ତ୍ର ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ୫୮ଜଣ ଆଦିବାସୀ ଅତିଥି ସାମିଲ ହେବେ । ସେହିପରି ୨୨ ଟି ପ୍ରଜ୍ଞାପନ ମେଢ ମଧ୍ୟ ସାମିଲ ହେବ । ପାଖାପାଖି ୬୦୦ ଛାତ୍ରଛାତ୍ରୀ ପରେଡରେ ଅଂଶ ଗ୍ରହଣ କରିବେ । ତେବେ ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ସାଜିବେ ଦକ୍ଷିଣ ଆଫ୍ରିକା ପ୍ରଧାନମନ୍ତ୍ରୀ । ଆଜି ହେବାକୁ ଥିବା ରିହରସେଲ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି ।

ମଙ୍ଗଳବାର ସନ୍ଧ୍ଯା ୬ଟାରୁ ପରେଡ ସରିବା ପର୍ଯ୍ୟନ୍ତ ରାଜପଥରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଦିଆଯାଇଛି । ଯାହା ୨୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି ମଙ୍ଗଳବାର ରାତି ୧୦ଟାରୁ ଦିଲ୍ଲୀକୁ ଭାରିଯାନ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି । ଚଳିତ ବର୍ଷ ପରେଡରେ ପ୍ରଥମ ଥର ପାଇଁ ଆର୍ମି ସର୍ଭିସ କର୍ପସରେ ମହିଳା ପ୍ୟାରେଡରେ ଲିଡ କରିବେ । ସେହିପରି ଏୟାର ଫୋର୍ସ ପକ୍ଷରୁ ବାୟୋଫୁଏଲରେ ଚାଲୁଥିବା ବିମାନ ମଧ୍ୟ ଉଡ଼ାଣ ଭରିବ ।

ଜାନୁଆରୀ ୨୬, ସାଧାରଣ ତନ୍ତ୍ର ଦିବସ । ଏହି ଦିନ ଆସିଲେ ମନେ ପଡିଯାଏ ଭୁବନେଶ୍ବର ମହାତ୍ମାଗାନ୍ଧି ମାର୍ଗରେ ଘଟିଥିବା ଯାଇଥିବା ୨୦୦୨ ମସିହା ଗ୍ୟାସ ବେଲୁନ ଦୁର୍ଘଟଣା କଥା। ପ୍ୟାରେଡ ଦେଖିବାକୁ ଆସିଥିବା ବିଭିନ୍ନ ସ୍କୁଲର ୯ ଜଣ ପିଲା ଏହି ଦିନ ହରାଇଥିଲେ ନିଜର ଦୃଷ୍ଟି ଶକ୍ତି ।