ସାତ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ମାଫିଆ ଫେରାର
21/02/2023 at 2:37 PM

ଫୁଲବାଣୀ ୨୧।୦୨ : ଗୋଛାପଡ଼ା ପୋଲିସର ଚଢାଉ । ବିପୁଳ ପରିମାଣର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର । ଗୋଚ୍ଛାପଡ଼ା ପୋଲିସ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଖବର ଅନୁଯାୟୀ, ବହୁ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା । କୌଣସି ସୁତ୍ରରୁ ଖବର ପାଇ ପୋଲିସ ଟିମ୍ ଚଢାଉ କରିଥିଲା । କନ୍ଧମାଳ ଏସ୍ପି ସୁଧାଂଶୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଗୋଚ୍ଛାପଡ଼ା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଲୁଇସି ସିଂ ପୋଲ ନିକଟରେ ଚଢାଉ କରି ସାତ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି । ଏହାସହ ଏକ ପିକ୍ଅପ୍ ଭ୍ୟାନ ସମେତ୍ ୩ଟି ବାଇକକୁ ବି ଜବତ କରିଛି ପୋଲିସ ।
ଅନ୍ୟପଟେ ଏହି ମାମଲାରେ ସଂପୃକ୍ତି ଥିବା ଏକାଧିକ ଅଭିଯୁକ୍ତ ଜଙ୍ଗଲର ସୁଯୋଗ ନେଇ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଅତିଶୀଘ୍ର ଗିରଫ କରାଯିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।