ସାଇନ୍ କଲାବେଳେ ହାତରେ ଲାଗିଲା କାଳି; ରାଗିଯାଇ ବ୍ରିଟେନ୍ କିଂ ଚାର୍ଲ୍ସ କହିଲେ, ଏସବୁ ବରଦାସ୍ତ କରିପାରିବି ନାହିଁ, ଦେଖନ୍ତୁ ଭିଡିଓ
14/09/2022 at 4:39 PM

ଲଣ୍ଡନ: ବ୍ରିଟେନ୍ ରାଣି ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗ ପରେ ତାଙ୍କ ପୁଅ କିଂ ଚାର୍ଲ୍ସ-III ରାଜା ହୋଇଛନ୍ତି ଓ ତାଙ୍କ ପତ୍ନୀ କନସୋର୍ଟ କାମିଲା ରାଣି ହୋଇଛନ୍ତି। ଚାର୍ଲ୍ସ ରାଜା ହେବା ପରେ ଅନେକ ଜାଗାରେ ତାଙ୍କର ଚିଡ଼ିଚିଡ଼ା ପଣ ଦେଖିବାକୁ ମିଳିଛି। ଛୋଟ ଛୋଟ କଥାକୁ ନେଇ ସେ ବିରକ୍ତି ହୋଇଯାଉଛନ୍ତି। ଏମିତି କି ତାଙ୍କର ଏଙି ବିରକ୍ତି ସ୍ୱଭାବ କ୍ୟାମେରା ସାମ୍ନାରେ ବି କଏଦ ହୋଇଛି।
ମଙ୍ଗଳବାର ଉତ୍ତର ଆୟରଲ୍ୟାଣ୍ଡରେ ଏକ କାର୍ଯ୍ୟକ୍ରମରେ ରାଜାଙ୍କର ରାଗ କ୍ୟାମେରାରେ କଏଦ ହୋଇଛି। କିଂ ଚାର୍ଲସ ମାଆଙ୍କ ବିୟୋଗ ପରେ ନେଦରଲ୍ୟାଣ୍ଡରେ ପହଞ୍ଚିଥିଲେ। ସେଠାରେ ବିଶାଳ ଜନସମାଗମ ତାଙ୍କୁ ସ୍ୱାଗତ କରିଥିଲା। ନେଦରଲ୍ୟାଣ୍ଡ ପାଇଁ ତାଙ୍କର ଥିବା କର୍ତ୍ତବ୍ୟର ପାଳନ କରିବା ପାଇଁ ଚାର୍ଲ୍ସ ଜନତାଙ୍କ ସମ୍ନାରେ ଶପଥ ନେଇଥିଲେ।
Another day, another argument between King Charles III and a fountain pen. pic.twitter.com/Fa7SyxKpTs
— Kara Calavera 🇺🇸 🇺🇦 (@KaraCalavera) September 13, 2022
ତେବେ ରାଣୀଙ୍କ ସହ ଭିଜଟରବୁକ୍ରେ ଦସ୍ତଖତ କଲାବେଳେ କ୍ୟାମେରା ସାମ୍ନାରେ ତାଙ୍କର ଚିଡ଼ିଚିଡ଼ାପଣ ଦେଖାଯାଇଥିଲା। ସେ ଏକ କଲମ ଉପରେ ନିଜର ଅସନ୍ତୋଷ ଝାଡ଼ୁଥିଲେ। ଭିଜିଟର ବୁକରେ ଦସ୍ତଖତ କରିବା ବେଳେ ଫାଉଣ୍ଟେନ ପେନ୍ରୁ କାଳି ବାହାରି ତାଙ୍କ ହାତରେ ଲାଗିଯାଇଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ସେ କହିଥିଲେ ” ହେ ଭଗବାନ, ମୋତେ ଘୃଣା ଲାଗେ।” ଏହାପରେ ସେ ରାଣୀ କନସୋର୍ଟ କାମିଲାଙ୍କୁ କଲମ ଧରାଇ ଦେଇ ଉଠିପଡ଼ିଥିଲେ ଓ ବିରକ୍ତି ହୋଇ ଆଙ୍ଗୁଳି ପୋଛୁଥିଲେ। ଏହାପରେ ରାଣୀ ମଧ୍ୟ କଲମ ଧରିବା ପରେ କହିଥିଲେ “କଲମର ଚାରିଆଡ଼ୁ କାଳି ବୋହୁଛି।” ଏହା ଶୁଣି ଚାର୍ଲସ ଆଙ୍ଗୁଳି ପୋଛୁଥିବା ବେଳେ କହିଥିଲେ ” ପ୍ରତ୍ୟେକ ସମୟରେ ଏଭଳି ବେକାର ଘଟଣା ମୁଁ ବରଦାସ୍ତ କରିପାରିବି ନାହିଁ।” ଏହାପରେ ସେଠାରୁ ଚାଲିଯାଇଥିଲେ ବ୍ରିଟେନ୍ ରାଜା।
ଗୋଟିଏ ସପ୍ତାହ ଭିତରେ ଦୁଇଥର ଚାର୍ଲ୍ସଙ୍କୁ ଏମିତି ଚିଡ଼ିଚିଡ଼ା ହେବାର ଦେଖାଯାଇଛି। ଏହା ପୂର୍ବରୁ ମଧ୍ୟ ଏକ କାର୍ଯ୍ୟକ୍ରମରେ ଚାର୍ଲ୍ସଙ୍କୁ ଚିଡ଼ିଚିଡ଼ାପଣ ସାମ୍ନାକୁ ଆସିଥିଲା। ଚାର୍ଲ୍ସ ରାଜା ହେବା ପୂର୍ବରୁ ସେ ଟିକେ ଚିଡ଼ାଚିଡ଼ା ଓ ଜିଦ୍ଦିଆ ସ୍ୱଭାବର ବୋଲି ତାଙ୍କର ଜଣେ କର୍ମଚାରୀ କହିଥିଲେ।