ସାଇନ୍-ଏ-ଡାଏ ପରେ ରେଭେନ୍ସା ଶାନ୍ତ ହେଲେ ଗେଟ୍ ବାହାରେ ଛାତ୍ରଙ୍କ ତୀବ୍ର ସ୍ୱର
9/05/2018 at 11:25 PM

ରେଭେନ୍ସା ଶାନ୍ତ। କିନ୍ତୁ ଗେଟ୍ ବାହାରେ ଏବେବି ଗର୍ଜୁଛି ଛାତ୍ରମାନଙ୍କର ତୀବ୍ର ସ୍ବର। କର୍ତ୍ତୃପକ୍ଷ କ୍ୟାମ୍ପସ୍ରେ ଭିତରେ ବିକ୍ଷୋଭ କରିବାକୁ ଦେଲେ ନି ତ କଣ ହେଲା ଫାଟକ ବାହାରେ ବି ବିକ୍ଷୋଭ କରାଯାଇପାରେ, ବୋଧେ ଏହି କଥା ସୂଚାଇ ଦେବାକୁ ଚାହୁଁଛନ୍ତି କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ। ସେପଟେ ଲିଖିତ ଆକାରରେ କ୍ଷମା ପ୍ରାର୍ଥନା କଲେ ସାଇନ୍-ଏ-ଡାଏ ପ୍ରତ୍ୟାହୃତ ନେଇ ବିଚାର କରାଯିବ ବୋଲି କୁଳପକି ସ୍ପଷ୍ଟ କହିଛନ୍ତି। ପିଲାଙ୍କ ପରୀକ୍ଷା ଠିକ୍ ସମୟରେ ହୋଇ ଫଳାଫଳ ନିର୍ଦ୍ଧାରିତ ସମୟରେ ବାହାରିବ ବୋଲି ସେ ମଧ୍ୟ ସୂଚନା ଦେଇଛନ୍ତି।