ସହିଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି, ୩୭୫ଫୁଟର ତ୍ରିରଙ୍ଗା ପତାକା ଶୋଭାଯାତ୍ରା କଲା ଢେଙ୍କାନାଳ ଅମୃତ ମହୋତ୍ସବ ସଞ୍ଚାଳନ କମିଟି
15/08/2022 at 7:33 PM

ଢେଙ୍କାନାଳ,୧୫/୦୮: ଦେଶବ୍ୟାପୀ ପାଳିତ ହେଉଛି ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତିର ଆଜାଦୀ କା ଅମୃତ ମହୋତ୍ସବ । ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଢେଙ୍କାନାଳରେ ଦେଖିବାକୁ ମିଳିଛି ୩୭୫ଫୁଟ ଲମ୍ବର ଜାତୀୟ ପତାକା । ଢେଙ୍କାନାଳରେ ଅମୃତ ମହୋତ୍ସବ ସଞ୍ଚାଳନ କମିଟି ପକ୍ଷରୁ ୩୭୫ଫୁଟର ଏହି ତ୍ରିରଙ୍ଗା ପ୍ରସ୍ତୁତ କରାଯାଇଥିଲା । ଏହାକୁ ଆଜି ଅପରାହ୍ନରେ ଢେଙ୍କାନାଳର ଆରାଧ୍ୟ ପ୍ରଭୁ ଶ୍ରୀ ବଳରାମ ଜୀଉଙ୍କ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଧରି ସହର ପରିକ୍ରମା କରାଯାଇଥିଲା ।
ପରେ ସ୍ଥାନୀୟ ବାଜି ଚୌକ ଛକ ସ୍ଥିତ ବିଶ୍ୱର ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କ ସ୍ମୃତି ସ୍ତମ୍ଭ ପର୍ଯ୍ୟନ୍ତ ଏହି ତ୍ରିରଙ୍ଗା ପତାକା ଶୋଭଯାତ୍ରା ଯାଇ ସହିଦଙ୍କ ସୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ବିଜେପି କର୍ମୀ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସଦସ୍ୟ ଓ ତ୍ରିରଙ୍ଗା ପ୍ରେମୀ ମାନେ ସାମିଲ ହୋଇ ଦେଶାତ୍ମକ ବୋଧ ସ୍ଲୋଗାନ ମାନ ଦେଇ ତ୍ରିରଙ୍ଗାର ଉଭୟ ପାର୍ଶ୍ୱରୁ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।