ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ବାଧ୍ୟତାମୂଳକ
2/05/2018 at 11:37 PM
ବିଧାନସଭାରେ ସରକାରୀ ଭାଷା ସଂଶୋଧନ ବିଲ୍- ୨୦୧୮ ପାରିତ ହେବା ପରେ ନୂଆ ଆଇନରେ ପରଣିତ ହୋଇଛି । ଏହି ନୂଆ ଆଇନ ଆସିବା ପରେ ଏବେ ସରକାରୀ ତତ୍ପରତା ପ୍ରକାଶ ପାଇଛି । ଓଡିଆରେ ଫାଇଲ କାମ ଲେଖିବା ଆରମ୍ଭ କରିଛନ୍ତି ଅନେକ ମନ୍ତ୍ରୀ । ସେପଟେ ବ୍ୟବସାୟ ପ୍ରତିଷ୍ଠାନର ନାମ ଫଳକ ଓଡିଆରେ ଲେଖାଯିବା ନେଇ ମାସେ ସମୟ ଦିଆଯିବ । ମାସକ ପରେ ନୂଆ ନିୟମ ଅନୁସାରେ କଡା କାର୍ଯ୍ୟନୁଷ୍ଠାନ ମୋଡକୁ ଆସିବେ ସରକାର ।