ସମ୍ ହସ୍ପିଟାଲରେ ପାଳିତ ହୋଇଛି ନର୍ସିଂ ସପ୍ତାହ
5/05/2018 at 12:02 AM

ସମ୍ ହସ୍ପିଟାଲରେ ପାଳିତ ହୋଇଛି ନର୍ସିଂ ସପ୍ତାହ। ଏହି ଅବସରରେ ଗ୍ୟାଷ୍ଟ୍ରୋଲଜି ରୋଗୀଙ୍କ ଯତ୍ନ କିଭଳି ନିଆଯିବା ଉଚିତ୍ ସେ ନେଇ ନର୍ସମାନଙ୍କୁ ତାଲିମ ଦିଆଯାଇଛି। ଏହି ସାର୍ଟିଫିକେଟ କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲର ୧୦୦ ନର୍ସଙ୍କ ସହ ଭୁବନେଶ୍ବରର ଅନ୍ୟ ୯ ହସ୍ପିଟାଲର ୩୦ରୁ ଅଧିକ ନର୍ସ ମଧ୍ୟ ସାମିଲ ହୋଇଥିଲେ। ନର୍ସ ମାନେ ରୋଗୀଙ୍କ ଯତ୍ନ ନେଲା ବେଳେ କେଉଁ ଦିଗକୁ ଗୁରୁତ୍ବ ଦେବେ ସେ ନେଇ ବରିଷ୍ଠ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ଆଗକୁ ମଧ୍ୟ ରୋଗୀ ସେବାରେ ଅଧିକ ଉନ୍ନତି ଲାଗି ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସମ୍ ହସ୍ପିଟାଲ ପକ୍ଷରୁ କୁହାଯାଇଛି।
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023