ସମ୍ୱଲପୁର ହାଜତ ମୃତ୍ୟୁ ଘଟଣାର ଆଢେଇ ମାସ ପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କଲା ପୋଲିସ
1/05/2018 at 8:44 PM

ସମ୍ବଲପୁର ଅଇଁଠାପାଲ୍ଲୀଥାନା ହାଜତ ମୃତ୍ୟୁ ଓ ଥାନା ପୋଡାଜଳା ମାମଲାର, ଅଢେଇମାସ ପରେ, ପୋଲିସ୍ ଆକ୍ସନ୍କୁ ଆସିଛି। ଏହି ମାମଲାରେ ଅଇଁଠାପାଲ୍ଲୀଥାନା ପୋଲିସ୍ ୧୨ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଥାନା ଭଙ୍ଗାରୁଜା ଓ ପୋଡାଜଳା ଘଟଣାରେ ପୋଲିସ୍ ୭୦ଜଣଙ୍କ ବିରୋଧରେ ମାମଲା ଋଜୁ କରିଥିବା ବେଳେ, ଏବେ ସୁଦ୍ଧା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ,ବିଭିନ୍ନ ମହଲରେ ଚଢାଉ ଜାରୀ ରହିଛି। ହେଲେ ଥାନା ହାଜତରେ ମୃତ୍ୟୁ ବରଣ କରିଥିବା ଅବିନାଶ ମୁଣ୍ଡାଙ୍କ ମାଆ, ତତ୍କାଳୀନ ଅଇଁଠାପାଲ୍ଲୀ ଥାନାଅଧିକାରୀ ଶ୍ରୀମନ୍ତ ବାରିକଙ୍କ ବିରୋଧରେ ହତ୍ୟାମାମଲାରେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାକୁ ନେଇ, ସମ୍ବଲପୁରରେ ଆଦିବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।