ସମ୍ୱଲପୁରରେ ପାଣି ସମସ୍ୟା ଉତ୍କଟ
3/05/2018 at 10:08 PM

ସମ୍ବଲପୁର ସହରରେ ଦିନକୁ ଦିନ ଜଲସମସ୍ୟା ଉତ୍କଟ ହେବାରେ ଲାଗିଛି। କେତେକ ସ୍ଥାନରେ ବର୍ଷବର୍ଷ ଧରି ଜନସ୍ବସ୍ଥ୍ୟ ବିଭାଗର ପାନୀୟ ଜଳ ଲୋକଙ୍କ ନିକଟରେ ପହଞ୍ଚିପାରୁନଥିବା ବେଳେ,କେତେକ ସ୍ଥାନରେ ଦୂଷିତଜଳ ଲୋକଙ୍କୁ ଜଣ୍ଡିସ୍ ରୋଗରେ ପୀଡିତ କରାଯାଉଛି। ପାଣି ବିକଳରେ ଲୋକମାନେ, ନାଳ ଓ ଚୁଆ ପାଣି ବ୍ୟବହାର ବିଭିନ୍ନ ରୋଗର ଶିକାର ହେଉଛନ୍ତି। ବାରମ୍ବାର ଜିଲ୍ଲାପ୍ରଶାସନ,ଜନସ୍ବାସ୍ଥ୍ୟ ବିଭାଗର ଦ୍ବାରସ୍ଥ ହେଲେ ମଧ୍ୟ, କୌଣସି ସୁଫଳ ମିଳୁନି। ବାଧ୍ୟ ହୋଇ ଲୋକମାନେ, ରାସ୍ତାଅବରୋଧ ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି। ସମ୍ବଲପୁର ସହରର ପୁଟିବନ୍ଧ ଅଞ୍ଚଳର ଶହେରୁ ଅଧିକ ପରିବାର ଦୀର୍ଘ ୧୦ବର୍ଷ ହେଲା ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ,ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଫଳରେ ଲୋକମାନେ ସମ୍ବଲପୁର-କୋଲକାତା ୫୫ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଟିବନ୍ଧ ଅଞ୍ଚଳରେ ଜଳସମସ୍ୟାକୁ ନେଇ ସ୍ଥାନୀୟ ଲୋକଙ୍କ ସହ କଥା ହୋଇଛନ୍ତି ଆମପ୍ରତିନିଧୀ ନୀଳାଚଳ ମହାପାତ୍ର ।