ସମ୍ବଲପୁର ଶାସନ ଗାଁରେ, ଗଣଧର୍ଷଣର ଶିକାର ହୋଇଥିବା ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟିଛି
24/05/2018 at 6:25 PM

ସମ୍ବଲପୁର ଶାସନଥାନା ଅନ୍ତର୍ଗତ ଶାସନ ଗାଁରେ, ଗଣଧର୍ଷଣର ଶିକାର ହୋଇଥିବା ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଘର ମଝିରେ ନିଜ ଓଢଣୀରେ ଝୁଲନ୍ତା ଅବସ୍ଥାରେ,ପୀଡିତାଙ୍କ ମୃତ ଦେହ ମିଳିଛି। ପୋଲିସ୍ ମୃତଦେହ ଜବତ କରି, ପରିବାରକୁ ହସ୍ତାନ୍ତର କରିଥିବା ବେଳେ,ପୀଡିତାଙ୍କ ମାଆଙ୍କ ବୟାନକୁ ନେଇ, ଏହା ଏକ ଆତ୍ମହତ୍ୟା ନା, ହତ୍ୟା ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ଗତ ୪ତାରିଖ ଦିନ ପୀଡିତାଙ୍କ ସ୍କୁଲ୍ର ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ସହ, ଅନ୍ୟ ୬ଜଣ ସଂନ୍ଧ୍ୟାରୁ ସାରା ରାତି ବିଭିନ୍ନ ସ୍ଥାନରେ ବାରମ୍ବାର ଗଣଧର୍ଷଣ କରିଥିଲେ। ହେଲେ ଶାସନ ପୋଲିସ୍ ସମସ୍ତ ଅଭିଯୁକ୍ତଙ୍କ ଗିରଫ କରିଥିବା ବେଳେ, ପୀଡିତାଙ୍କୁ କିନ୍ତୁ, ସୁରକ୍ଷା ଦେଇପାରିଲା ନାହିଁ। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।