suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମ୍ବଲପୁର ପରିବାର କୋର୍ଟ ପରିସରରେ ଖଣ୍ଡାରେ ଆକ୍ରମଣ

24/04/2018 at 12:14 AM

ସମ୍ବଲପୁର ପରିବାର କୋର୍ଟ ପରିସରରେ ଖଣ୍ଡାରେ ଆକ୍ରମଣ। ଏପରିକି ଦୀର୍ଘ ଅଧଘଣ୍ଟାରୁ ଅଧିକ ସମୟ ଧରୁ, ଦୁର୍ବୁର୍ତ୍ତ ଜଣକ ତିନିଜଣଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରିଥିଲା। ସଂପୂର୍ଣ୍ଣ କୋର୍ଟ ପରିସରଟି ଦୁର୍ବୁର୍ତ୍ତର କବ୍ଜାରେ ରହିଥିଲା। କୋର୍ଟ ପରିସରରେ କୌଣସି ପୋଲିସ୍ ଉପସ୍ଥିତ ନଥିବା ସୁଯୋଗ ନେଇ, ଦୁର୍ବୁର୍ତ୍ତ ଜଣକ ତିନିଜଣଙ୍କୁ ଆକ୍ରମଣ କରିବାପରେ, କୋର୍ଟର ବିଚାରପତିଙ୍କ ସମେତ ଓକିଲମାନେ ଭୟରେ ଚିତ୍କାର କରିଥିଲେ। ଫଳରେ କୋର୍ଟର କର୍ମଚାରୀ ଓ ସାଧାରଣ ଲୋକମାନେ, ଦୁର୍ବୁର୍ତ୍ତକୁ କାବୁ କରିବାରେ ସଫଳ ହୋଇଥିଲେ। ଆହତ ତିନିଜଣଙ୍କ ମଧ୍ୟରେ ଜଣେ ଦୁଇବର୍ଷର ଶିଶୁ ରହିଥିବା ବେଳେ, ସମସ୍ତ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଥିଲା। ସଙ୍କଟାପନ୍ନ ଅବସ୍ଥାରେ, ଆହତ ସଙ୍ଗୀତାଙ୍କୁ ବୁର୍ଲା ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ଜିଲ୍ଲା ଓକିଲସଂଘ ତୀବ୍ର ନିନ୍ଦା କରିବା ସହ, କୋର୍ଟରେ କାର୍ଯ୍ୟରତ ବିଚାରପତି,ଓକିଲ ଓ ମହକିଲଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

   Related Posts