ସମ୍ବଲପୁରରେ ତାପମାତ୍ରା ୪୪ଡିଗ୍ରୀ ଉପରେ
10/05/2018 at 5:41 PM

ସମ୍ବଲପୁରରେ ଏବେ ତାପମାତ୍ରା ୪୪ଡିଗ୍ରୀ ଉପରେ ରହୁଛି। ଅସହ୍ୟ ଗରମ ଯୋଗୁ, ସହରବାସୀ ଛଟପଟ ହେଉଥିବା ବେଳେ,ପାନୀୟ ଜଳ କଷ୍ଟ ଏହି ସମସ୍ୟାକୁ ଦ୍ବିଗୁଣିତ କରିଛି। ସାହିଗଳିରେ ଥିବା ନଳକୂପ ଅଚଳ ହୋଇପଡିଛି। ଜନସ୍ବାସ୍ଥ୍ୟ ବିଭାଗଦ୍ବାରା ପାନୀୟ ଜଳର ବ୍ୟବସ୍ଥା କରାଯାଇନଥିବା ବେଳେ, ଲୋକମାନେ ନାଳନର୍ଦ୍ଦମାର ପାଣି କିମ୍ବା ଚୁଆ ଖୋଳି ପାଣି ନେବାକୁ ବାଧ୍ୟ ହେଉଛନ୍ତି। ସେପଟେ ଯେଉଁ ଅଞ୍ଚଳର ଲୋକମାନେ ପାଣି ପାଇଁ ଆନ୍ଦୋଳନ କରୁଛନ୍ତି, ସେହି ଅଞ୍ଚଳକୁ ଦିନେ ଅଧି ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଉଥିବା ବେଳେ, ଅନ୍ୟ ଅଞ୍ଚଳ ପ୍ରତି ଜନସ୍ବାସ୍ଥ୍ୟ ବିଭାଗ କି ଜିଲ୍ଲାପ୍ରଶାସନ କାହାର ଦୃଷ୍ଟି ପଡିନାହିଁ।