ସମ୍ବଲପୁରରୁ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଜାହିର ଖାନ୍ ଗିରଫ
21/05/2018 at 7:37 AM

ସମ୍ବଲପୁରରୁ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଜାହିର ଖାନ୍ ଗିରଫ । ସମ୍ବଲପୁର ପୋଲିସ ଦଳେଇପଡ଼ା ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫ଟି ପିସ୍ତଲ ଓ୯ ରାଉଣ୍ଡ ଗୁଳି ମଧ୍ୟ ଜବତ କରିଛି । ଜବତ ବନ୍ଧୁକ ଗୁଡିକ ମଧ୍ୟରେ ୨ଟି ଅତ୍ୟାଧୁନିକ ବନ୍ଧୁକ ଥିବା ଜଣାପଡିଛି । ଟାଉନ ଥାନା ଓ ରେଢ଼ାଖୋଲ ଥାନାରେ ଅଭିଯୁକ୍ତ ମହମ୍ମଦ ନାଁରେ ୫ଟି ମାମଲା ରହିଛି । ମହମ୍ମଦର ଗିରଫ ନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ।