ସମ୍ପତ୍ତି ଲୋଭରେ ପେଟ୍ରୋଲ ଢାଲି ନିଆଁ ଲଗାଇଦେଲା ଭାଇ
18/05/2018 at 5:33 AM

ସମ୍ପତ୍ତି ଲୋଭରେ ପେଟ୍ରୋଲ ଢାଲି ନିଆଁ ଲଗାଇଦେଲା ଭାଇ । ଭବାନୀପାଟଣା କାଳୀ ମନ୍ଦିର ପଡାରେ ଘଟିଛି ଏହି ଅଘଟଣ । ଗୁରୁତର ସୁଶାନ୍ତ ଲହଜାଲଙ୍କ ଶରୀରର ୭୦ ପ୍ରତିଶତ ପୋଡିଯାଇଛି । ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତ ୨ ବର୍ଷ ତଳେ ସୁଶାନ୍ତ ପ୍ରେମ ବିବାହ କରିଥିବା ବେଳେ ପୈତୃକ ଘରେ ରହିବାକୁ ସେ ଦାବି କରିଥିଲେ । ତେବେ ବଡ ଭାଇ ସୁରେନ୍ଦ୍ର ଲହଜଲ ଏହାକୁ ବିରୋଧ କରି ଏହି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଚି । ତେବେ ଏ ନେଇ ଥାନାରେ କୌଣସି ଲିଖିତ ଆଭିଯୋଗ ହୋଇ ନଥିବା ଟାଉନ ଥାନା ପୋଲିସ ସୂଚନା ଦେଇଛି ।