ଶହଶହ ଗାଇ ମାନଙ୍କ ଉପଦ୍ରବ ଯୋଗୁ, ଚାଷୀମାନେ ହତାସ
9/05/2018 at 10:22 PM

ପୂର୍ବରୁ ପଶ୍ଚିମଓଡିଶା ସମେତ ସାରା ରାଜ୍ୟରେ ହାତୀ ଉପଦ୍ରବ ଯୋଗୁ ଫସଲ ହାନୀୱ କଥା ସମସ୍ତେ ଜାଣିଥିବେ। ସେହିପରି ଜଙ୍ଗଲନିକଟସ୍ଥ ଗାଁ ଗୁଡିକରେ, ଚାଷୀମାନେ ହାତୀ ଉପଦ୍ରବ ଯୋଗୁ, ଧାନ ଫସଲ ନଷ୍ଟ ହେଉଥିବା ଅଭିଯୋଗ କରି, ଚାଷ ଜମି ପଡିଆ ରଖୁଥିବା କଥା ନଜିର ରହିଛି। ହେଲେ ଆପଣ କେବେ ଶୁଣିଛନ୍ତି କି, ଶହଶହ ଗାଇ ମାନଙ୍କ ଉପଦ୍ରବ ଯୋଗୁ, ଚାଷୀମାନେ ହଜାର ହଜାର ଏକର ଚାଷଜମିକୁ ପଡିଆ ଛାଡିଦେଇଛନ୍ତି। ଏହା କୌଣସି ଜଙ୍ଗଲ ନିକଟସ୍ଥ ଗାଁ ନୁହେଁ,ସମ୍ବଲପୁର ସହର ଠାରୁ ମାତ୍ର, ୮କିଲୋମିଟର ଦୂରରେ ଥିବା ମହାନଗର ନିଗମର ୱାର୍ଡ ନମ୍ବର-୧ର ୨୦ଟି ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଏପରିକି ଗତ ୫ବର୍ଷ ହେଲା ଏହି ଚାଷ ଜମି ପଡିଆ ପଡିରହିଥିଲେ ମଧ୍ୟ, ଜିଲ୍ଲାପ୍ରଶାସନ କିମ୍ବା, ଜିଲ୍ଲା କୃଷି ବିଭାଗ କୌଣସି ପଦକ୍ଷେପ ନନେବା ଚାଷୀ ମାନଙ୍କୁ ମର୍ମାହତ କରିଛି। ୪ଦିନ ତଳେ, ଜଣେ ଭାଗଚାଷୀଙ୍କ ଦୁଇ ଏକର ଧାନଫସଲ ଜଙ୍ଗଲିଗାଇ ଚରିଯିବାରୁ, ଚାଷୀ ଜଣକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି।