ଲିଙ୍ଗରାଜ ମନ୍ଦିର ଚାରିପଟ କାମ ଅନୁଧ୍ୟାନ କଲେ ବିଡିଏ ଉପାଧ୍ୟକ୍ଷ, ନିୟମ ପାଳନ ନେଇ ୭ଦିନରେ ପୁଣି ହେବ ତର୍ଜମା
17/12/2022 at 3:05 PM

ଭୁବନେଶ୍ୱର ୧୭।୧୨ : ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ସ୍ଥିତି ଅନୁଧ୍ୟାନ କଲେ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ। ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ, ASI ଅଧିକାରୀ, ମନ୍ଦିର ପ୍ରଶାସନ, ୱାଟକୋ, ପୂର୍ତ୍ତ, ବିଏମସି ଆଦି ବିଭିନ୍ନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ସ୍ଥିତି ସମୀକ୍ଷା କଲେ ବିଡିଏ ଉପାଧ୍ୟକ୍ଷ।
ବିଶ୍ୱକପ ଆୟୋଜନକୁ ଦୃଷ୍ଟିରେ ରଖି ବିଭିନ୍ନ ଅଧୁରା କାର୍ଯ୍ୟକୁ ଡିସେମ୍ବର ଶେଷ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ କେତେଦୂର ପାଳନ ହେଉଛି ତାକୁ ପୁଣି ୭ ଦିନ ମଧ୍ୟରେ ଅନୁଧ୍ୟାନ କରାଯିବ ବୋଲି ସେ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି। ପରିମଳ, ରାସ୍ତାଘାଟରେ ଯେଭଳି କୌଣସି ସମସ୍ୟା ନରହେ ଏବଂ ଜବରଦଖଲକୁ ଆଦୌ ପ୍ରଶୟ ନଦେବାକୁ ସ୍ପଷ୍ଟ କରିଛନ୍ତି।
ବିଶ୍ୱକପ ଅବସରରେ ଦେଶ ବିଦେଶରୁ ବହୁ ପର୍ଯ୍ୟଟକଙ୍କ ସମାଗମ ହେବାକୁ ଥିବା ବେଳେ ସେମାନଙ୍କ ସୁରକ୍ଷା ଓ ସେମାନେ ଯେମିତି ଭୁବନେଶ୍ୱର ସହର ପ୍ରତି ଏକ ଭଲ ସ୍ମୃତି ନେଇ ଫେରିବେ । ସେଥିପାଇଁ ସମସ୍ତ ଦିଗ ଉପରେ ଧ୍ୟାନ ଦିଆଯାଉଛି। ଶୁକ୍ରବାର ଭୁବନେଶ୍ୱର ରେଳଷ୍ଟେସନ ଓ ଧଉଳି ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ ଏହି ବରିଷ୍ଠ ଅଧିକାରୀ ଦଳ। ଗସ୍ତ ସମୟରେ ମନ୍ଦିରର ସିଂହଦ୍ଵାର ମରାମତି କାର୍ଯ୍ୟ ଚାଲୁ ରହିଥିବାରୁ ଉତ୍ତର ଦ୍ୱାର ଦେଇ ମନ୍ଦିର ଭିତରକୁ ଯାଇ ମନ୍ଦିର ଭିତରର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଡିଏ ଉପାଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ଅଧିକାରୀ।