ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଲଗାଣ ବର୍ଷାରେ ପୁଣି ପାହାଡ଼ରୁ ଖସିଲା ଅତଡ଼ା, ବିସ୍ଥାପନ ହେବେ ଶହେ ପରିବାର

6/10/2022 at 11:02 PM

ବାଲିଗୁଡା, ୦୬/୧୦: ଲଗାଣ ବର୍ଷାରେ ପୁଣି ଭୁସ୍ଖଳନ l ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମ ନିକଟରେ ଥିବା ପାହାଡ଼ରେ ବଡ଼ ବଡ଼ ଫାଟ ଦେଖା ଯିବା ସହ ମାଟି ଅତଡା ଖସିଥିବା କିଛି ଦିନ ହେବ ଦେଖିବାକୁ ମିଳିଥିଲା । ଗାଁ ଠାରୁ କିଛି ଦୂରରେ ଏହି ଘଟଣା ଘଟିଥିବାବେଳେ କୁମ୍ଭାରୀପଦର ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଭୟରେ  ଗ୍ରାମବାସୀ ଅନ୍ୟତ୍ର ବିସ୍ଥାପନ ହେବାପାଇଁ ଯୋଜନା କରୁଛନ୍ତି । ପୂର୍ବରୁ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଡ଼ଃ ଅଶୋକ କୁମାର ଦାସ ଘଟଣା ସ୍ଥଳରେ ପହଂଚି ଘଟଣାର ଅନୁଧ୍ୟାନ କରିଥିଲେ । ଗତ ଶୁକ୍ରବାର ଦିନ ଅତିରିକ୍ତ ତହସିଲଦାର ଭବେସ ମାଝୀ ଘଟଣା ସ୍ଥଳରେ ପହଂଚି ଘଟଣାର ଅନୁଧ୍ୟାନ ମଧ୍ୟ କରିଥିଲେ ।

ପୁଣି ଥରେ ବିଡ଼ିଓ ଓ ତହସିଲଦାର ଘଟଣା ସ୍ଥଳରେ ପହଂଚି ଭୁସ୍ଖଳନର ଅନୁଧ୍ୟାନ କରି ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି କହିଥିବା ବେଳେ ଏହାର ଅନୁଧ୍ୟାନ ନିମନ୍ତେ ଏକ ଟେକ୍ନିକାଲ ଟିମର ଆବଶ୍ୟକତା ରହିଥିବା ବିଡ଼ିଓ ମତପ୍ରକାଶ କରିଛନ୍ତି । ଏହି ଭୁସ୍ଖଳନ ଯୋଗୁଁ ଗାଁକୁ ବିପଦ ରହିଛି କି ନାହିଁ ତାହା ଏକ ଟେକ୍ନିକାଲ ଟିମ ଆସିଲେ ହିଁ ଏହାର ସଠିକ ଅନୁଧ୍ୟାନ କରିବେ ବୋଲି ବିଡ଼ିଓ କହିଥିଲେ । କିନ୍ତୁ ଲଗାଣ ବର୍ଷା ଯୋଗୁଁ ଭୁସ୍ଖଳନ ହେବାରୁ ଶହେରୁ ଉର୍ଦ୍ଧ୍ୱ ପରିବାର ଗାଁ ଛାଡୁଥିବା ସୂଚନା ମିଳିଛି l

   Related Posts