ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଲକ୍ଷାଧିକ ଟଙ୍କାର ଦରମା ଛାଡ଼ି ଇଞ୍ଜିନିୟର କଲେ ଗଧ ଫାର୍ମ, ଆତ୍ମନିର୍ଭରଶୀଳ ଲକ୍ଷ୍ୟରେ କରୁଛନ୍ତି ବ୍ୟବସାୟ

16/06/2022 at 12:08 PM

ବେଙ୍ଗାଲୁରୁ ୧୬/୦୬: ଆଇଟି ଚାକିରି ଛାଡି ଗଧ ଫାର୍ମ । ଆତ୍ମନିର୍ଭଳଶୀଳ ହେବାର ଲକ୍ଷ୍ୟ, ହାଇ ଷ୍ଟାଟସ୍ ମୋହକୁ ତୁଛ କରିଦେଲା । କମ୍ପାନୀ ଅଧିନରେ ପରାଧୀନ ହୋଇ କାମ କରିବା ଅପେକ୍ଷା ନିଜେ ସ୍ୱାଧୀନ ଭାବରେ କିଛି କରିବାକୁ ସେ ନିଷ୍ପତ୍ତି ନେଲେ ।

ଖାଲି ସେତିକି ନୁହଁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦୃଢ଼ ନିଷ୍ଠା ଓ ଉଦ୍ୟମ ବଳରେ ସେ ତାଙ୍କର ଲକ୍ଷ୍ୟକୁ ସାକାର କରିପାରିଛନ୍ତି। ସେ ହେଛନ୍ତି ମାଙ୍ଗାଲୋରୁର ଶ୍ରୀନିବାସ ଗୌଡ଼ା । ଆଇଟି କମ୍ପାନୀର ଲକ୍ଷାଧିକ ଟଙ୍କାର ଦରମା ଛାଡ଼ି ଶ୍ରୀନିବାସ ଗଧ ପାଳନ କରି ଲକ୍ଷାଧିକ ଟଙ୍କାର ରୋଜଗାର କରୁଛନ୍ତି। ଗଧ ପାଳନକୁ ନେଇ ତାଙ୍କ ସାଙ୍ଗସାଥିଙ୍କଠାରୁ ତାଙ୍କୁ ବହୁ ଥଟ୍ଟା ପରିହାସ ଶୁଣିଣିବାକୁ ମିଳିଥିଲା ।

ହେଲେ ଶ୍ରୀନିବାସ କିନ୍ତୁ ନିଜ ଅଭିଯାନରେ ଅଟଳ ଥିଲେ। ଏବେ ସେ ୪୨ ଲକ୍ଷ ଟଙ୍କା ନିବେଶ କରି ୨୦ଟି ଗଧ ରଖିଛନ୍ତି। ଆଉ ସେଥିରୁ ଲାଭବାନ ହୋଇଥିବା ସେ କହିଛନ୍ତି ।

   Related Posts