oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ରୁଙ୍ଗଟା କାରଖାନା ରାସ୍ତା ନିର୍ମାଣକୁ ବିରୋଧ : ପୋଲିସ-ଗ୍ରାମବାସୀ ମୁହାଁମୁହିଁ, ୧୪୪ ଧାରା ଜାରି

12/02/2021 at 12:15 PM

ଢେଙ୍କାନାଳ ୧୨।୨: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ଝାଡବନ୍ଧଠାରେ ନିର୍ମାଣଧୀନ ରୁଙ୍ଗଟା କାରଖାନା ରାସ୍ତା ନିର୍ମାଣ ନେଇ ବ୍ୟାପକ ଉତ୍ତେଜନା ଦେଖାଦେଇଛି । ଏହି କାରଖାନା ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ସ୍ଥାନୀୟ ତରକାବେଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ସ୍ଥାନାନ୍ତର ନେଇ ଉତ୍ତେଜନା ପ୍ରକାଶ ପାଇଛି ।  ଘଟଣାସ୍ଥଳରେ ଉତ୍ତେଜନା ଯୋଗୁଁ ବିରୋଧ କରୁଥିବା ୪୦ରୁ ଅଧିକ ଗ୍ରାମବାସୀଙ୍କୁ ପୋଲିସ ଉଠାଇନେଇଛି । ପୋଲିସ ଓ ଗ୍ରାମବାସୀ ଏକ ପ୍ରକାର ମୁହାଁମୁହିଁ ହୋଇଥିବା ଜଣାପଡିଛି । ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରି  ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ହିନ୍ଦୋଳ ଉପଜିଲ୍ଲାପାଳ ଓ ପୋଲିସ ପଦାଧିକାରୀମାନେ ଡେରା ପକାଇଛନ୍ତି ।

ରୁଙ୍ଗଟା କାରଖାନା ଯୋଗୁଁ  ତରକାବେଡା ଗ୍ରାମରୁ ନିମବାହାଳି ଛକ ୫୫ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପଞ୍ଚାୟତ ରାସ୍ତାକୁ ରୁଙ୍ଗଟା କାରଖାନା ପକ୍ଷରୁ ଦଖଲ କରି ଗ୍ରାମବାସୀଙ୍କ ପାଇଁ ଅନ୍ୟ ଏକ ରାସ୍ତା ନିର୍ମାଣ କରୁଛି । ଯାହାକି ବନ୍ୟଜନ୍ତୁ ଜନିତ ଉପଦ୍ରବରୁ ଅସୁରକ୍ଷିତ ଯୋଗୁଁ ତରକାବେଡା ଗ୍ରାମବାସୀମାନେ ରାସ୍ତା ନିର୍ମାଣକୁ ବିରୋଧ କରି ଗତ ଏକ ମାସ ଧରି ଘଟଣାସ୍ଥଳରେ ଗଣ ଧାରଣା ଜାରି ରଖିଛନ୍ତି । ଫଳରେ ରୁଙ୍ଗଟା କାରଖାନାର ରାସ୍ତା ନିର୍ମାଣ ବାଧାପ୍ରାପ୍ତ ହୋଇଥିଲା । ପ୍ରଶାସନିକ ସ୍ତରରେ  ଗ୍ରାମବାସୀଙ୍କ ଜିଦର ସମାଧାନ ପାଇଁ ବିଫଳ ପରେ ଆଜି ପୋଲିସ ମୁତୟନ କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ  ଏଭଳି ଉତ୍ତେଜନା ଦେଖାଦେଇଛି ।

   Related Posts