ରାୟଗଡ଼ା ବୀରନାରାୟଣପୁର ଗାଁରେ ବ୍ୟାପୁଛି ଡେଙ୍ଗୁ
9/06/2018 at 10:48 PM

ବିଭିନ୍ନ ସମୟରେ ବିଭିନ୍ନ ରୋଗକୁ ନେଇ ଚର୍ଚ୍ଚିତ ରାୟଗଡା ଜିଲ୍ଲାରେ ବର୍ତମାନ ଦେଖାଦେଇଛି ଡେଙ୍ଗୁ । ବୀରନାରାୟଣପୁର ଗାଁରେ ବ୍ୟାପୁଛି ଡେଙ୍ଗୁ। ଗତକାଲି ୫ ଜଣଙ୍କ ଦେହରେ ଡେଙ୍ଗୁ ଠାବପରେ ସନ୍ଦେହରେ ଆଜି ଆହୁରି ୮ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି କୋରାପୁଟ। ହଲେ ଲୋକଙ୍କୁ ଯେଉଭଳି ସ୍ବାସ୍ଥ୍ୟ ସେବା ମିଳିବା କଥା ତାହା ସୁଦୁରପରାହତ ପାଲଟିଛି।
ରାୟଗଡ଼ା ବ୍ଲକ କୋତାପେଟା ପଞ୍ଚାୟତ ବୀରନାରାୟଣପୁର ଗାଁରେ ଆତଙ୍କ ଖେଳାଇଛି ଡେଙ୍ଗୁ । ଶୁକ୍ରବାର ୧୩ ଜଣଙ୍କ ରକ୍ତ ନମୂନାରୁ ୫ ଜଣଙ୍କ ଠାରେ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲା । ଶନିବାର ଆଉ ୮ ଜଣଙ୍କ ରକ୍ତ ନମୂନା ପରୀକ୍ଷଣ ପାଇଁ ପଠାଯାଇଛି କୋରାପୁଟ। ଡେଙ୍ଗୁ ଆକ୍ରାନ୍ତ ଆଦିନାରାୟଣ ଦୁସୁରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ସ୍ଥିତ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଆକ୍ରାନ୍ତଙ୍କ ଯେଉଭଳି ସ୍ବାସ୍ଥ୍ୟ ସେବା ମିଳିବା କଥା ତାହା ଉପଲବ୍ଧ ହେଉନଥିବା ଅଭିଯୋଗ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ରୋଗିଙ୍କ ଚିକିତ୍ସା ପାଇଁ ୨୦ ଶଯ୍ୟା ବିଶିଷ୍ଟ ଓ୍ବାର୍ଡା ରହିଥିଲେ ବି ତାହା ଖୋଲୁନି । କିଛି ରୋଗୀଙ୍କୁ ଭେଷଜ ପ୍ରକୋଷ୍ଠରେ ରଖି ଚିକିତ୍ସା କରାଯାଉଛି। ବାକି ରୋଗୀଙ୍କୁ ଭ୍ରାମ୍ୟମାଣ ମେଡିକାଲ ଟିମ୍ ଚିକିତ୍ସା କରୁଛି ।