suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାୟଗଡ଼। ଜିଲ୍ଲା ଥେରୁବାଲି ଇମ୍ଫା କାରଖାନା ଆଗରେ ଧାରଣା

23/04/2018 at 11:18 PM

ରାୟଗଡ଼। ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନା ବିରୁଦ୍ଧରେ ଆରମ୍ଭ ହୋଇଛି ଗଣଧାରଣା। ସ୍ଥାନୀୟ ବାସିନ୍ଦାଙ୍କ ସମେତ ଆଦିମ ଜନଜାତି ଡଙ୍ଗରିଆକନ୍ଧ ସମ୍ପ୍ରଦାୟର ଲୋକେ ଏହି ଗଣଧାରଣାରେ ସାମିଲ ହୋଇଛନ୍ତି। କାରଖାନା କର୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଏହି ଗଣଧାରଣା ଦିଆଯାଇଛି। ସ୍ଥାନୀୟ ଅଞ୍ଚଳର ବିକାଶ ପ୍ରତି କର୍ତୃପକ୍ଷ ଆଖିବୁଜି ଦେଇଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ସେହିଭଳି କାରଖାନାରୁ ନିର୍ଗତ ବର୍ଯୟବସ୍ତୁ ଜନିତ ପ୍ରଦୂଷଣରେ ଲୋକେ ଅତିଷ୍ଠ ହୋଇପଡିଥିବା ମଧ୍ୟ କୁହାଯାଇଛି। ଏଣେ କାରଖାନାରେ ସ୍ଥାନୀୟ ବେକାରୀଙ୍କୁ ନିଯୁକ୍ତି ମିଳୁନାହିଁ। ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନେ ଠିକା ଭିତିରେ ରହିଛନ୍ତି। କାରଖାନା କର୍ତୃପକ୍ଷ କେବଳ ଲାଭରେ ମାତିଥିବା ଅଭିଯୋଗ ହୋଇଛି। ତେଣୁ ଆଜିଠାରୁ ଆରମ୍ଭ ହୋଇଥିବା ଗଣଧାରଣାରେ କାରଖାନାର ଠିକା ଶ୍ରମିକ ମଧ୍ୟ ସାମିଲ ହୋଇଛନ୍ତି। କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି। ଫଳରେ କାରଖାନା ଭିତରକୁ କୌଣସି ଶ୍ରମିକ ଯାଇପାରୁନାହାନ୍ତି। ଏହି ଗଣଧାରଣାରେ କର୍ତୃପକ୍ଷଙ୍କ ମୁଣ୍ଡବ୍ୟଥା ବଢାଇ ।

Leave a Reply

   Related Posts