LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାୟଗଡ଼। ଜିଲ୍ଲାର କୋଣ ଅନୁକୋଣରେ ବେଆଇନ ଭାବେ ମାଳ ମାଳ ଇଟାଭାଟି

16/05/2018 at 12:12 AM

ପ୍ରତ୍ୟେକ ନିର୍ମ।ଣ କାର୍ଯୟପାଇଁ ଇଟାର ଆବଶ୍ୟକତା ପ୍ରମୁଖ । ଏଥତ୍ପାଇଁ ବେଆଇନ ଇଟା କାରବାର ଦିନକୁ ଦିନ ବଢ଼ଚାଲିଛି । ସମଗ୍ର ରାୟଗଡ଼। ଜିଲ୍ଲାରେ 3000 ରୁ ଊଦ୍ଧ୍ର୍ବ ବେଆଇନ ଇଟାଭାଟି ରହିଛି । ମୁଖ୍ୟ ରାସ୍ତା କଡ଼ରୁ 500 ମିଟର, ଜଳ ଉତ୍ସଠାରୁ 750 ମିଟର ଏବଂ ଜନବସତି ଠାରୁ 1000 ମିଟର ଦୂରରେ ଇଟାଭାଟି ନିର୍ମ।ଣର ନିୟମ ରହିଛି । ପୌରାଞ୍ଚଳରେ ଇଟାଭାଟି ନିର୍ମ।ଣ ହୋଇପାରିବ ନାହିଁ। ହଲେ ଏହିସବୁ ନିୟମ କାନୁନକୁ ଆଖିଠାର କରି ଖୋଲା ଖୋଲି ଭାବେ ହଜାର ସଂଖ୍ୟାରେ ଇଟାଭାଟି ଗୁଡ଼କି ଗଢ଼ି ଉଠିଛି । ମୁଖ୍ୟତଃ ରାୟଗଡ଼। ଉପଖଣ୍ଡରେ ବେଆଇନ ଇଟାଭାଟିର ମାତ୍ରା ସର୍ବ।ଧତ୍କ। ରାୟଗଡ଼। ସହର ସମେତ ବିରନାରାୟଣପୁର, ସିରିଗୁଡ଼।, ବାରିଝୋଲା, ପିତାମହଲ, ବେଲକଣା, ଅମଲାଭଟ୍ଟା, କଟଲାଗୁଡା, ଜିଲିବାଡି ଭଳି ଜନବସତି ନିକଟରେ ହଜାରେ ସଂଖ୍ୟାରେ ଇଟାଭାଟି ରହିଛି । ନାଗାବଳି ଓ ଝାବତି ନଦୀ କୂଳରେ ଅନେକ ଇଟାଭାଟି ଗଢ଼ିଉଠି ବର୍ଷ ବର୍ଷ ଧରି ବ୍ୟବସାୟ ଚଳାଇଛନ୍ତି । ନଦୀ କୂଳରେ ଇଟାଭାଟି ରହିବା ଯୋଗୁଁ ଜଳ ପ୍ରଦୁଷିତ ହେଉଛି । ସେହିଭଳି ଇଟାଭାଟିରେ 100 ମିଟର ଉଚ୍ଚ ବିଶିଷ୍ଟ ଚିମିନି ରହିବାର ମଧ୍ୟ ନିୟମ ରହିଛି । କିନ୍ତୁ ଗୋଟିଏ ହଲେ ଇଟାଭାଟିରେ ଚିମିନି ଲାଗିଥିବା ଦୃଶ୍ୟମାନ ହେଉନାହିଁ । ଅଧତ୍କାଂଶ ଇଟାଭାଟିର ମାଲିକ ପଡ଼େ।ଶୀ ଆନ୍ଧ୍ର ପ୍ରଦେଶର । ଏହି ବେଆଇନ ଇଟାଭାଟି ଯୋଗୁଁ ମାଟିର ଉର୍ବରତା କମିବା ସହ ଜଳ ଓ ବାୟୁ ପ୍ରଦୂଷଣ ବଢ଼ବାରେ ଲାଗିଛି। ଫଳରେ ଉତାପ ମଧ୍ୟ ବେଶ ବଢ଼ଯାଇଛି । କିନ୍ତୁ ଏଥତ୍ପ୍ରତି ରାଜସ୍ବ ବିଭାଗ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋଡ଼ର୍ ଲଗାମ ଲଗାଇବାରେ ସକ୍ଷମ ହେଉନାହିଁ। ଏଭଳିକି ଅନେକ ଇଟା ଭାଟିରେ ଶ୍ରମିକମାନେ ବିପଦସଙ୍କୁଳ ଅବସ୍ଥାରେ କାର୍ଯ୍ୟ କରୁଥିବା ମଧ୍ୟ ସର୍ବଦା ନଜରକୁ ଆସୁଛି । ଫଳରେ ପରିବେଶ ପ୍ରଦୂଷିତ ହେବାସହ ରାଜସ୍ବ ମଧ୍ୟ ହାନୀ ହେଉଛି। ବର୍ତମାନ ତାପମାତ୍ରା ଏଭଳି ବୃଦ୍ଧିପାଇଛି ଯେ କେହି ଗ୍ରହଣ କରିପାରୁନାହାଁନ୍ତି।

Leave a Reply

   Related Posts