suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀ: ହାତୀ ଆକ୍ରମଣରେ ଜଣେ ମୃତ, ଧାନ ଗଦା ସଜାଡି ରଖୁଥିବାବେଳେ ଦଳିଦେଲା ଦନ୍ତା
  • ||
  • ବୌଦ୍ଧ: ବହିରା ଛକରେ ସିରିଜ୍ ଦୁର୍ଘଟଣା, ୫ ବାଇକ୍‌କୁ ପିଟି ହୋଟେଲରେ ପଶିଲା ସ୍କର୍ପିଓ
  • ||

ରାହୁଲ ଗାନ୍ଧିଙ୍କୁ ସେନା ପୋଷାକରେ ବ୍ୟକ୍ତିଙ୍କ ସଲାମ୍, ଫଟୋ ଭାଇରାଲ୍ ପରେ ବଢୁଛି ଆକ୍ରୋଶ

20/01/2023 at 11:12 PM

ଅମୃତସର: ଭାରତ ଯୋଡୋ ଯାତ୍ରା ରାହୁଲ ଗାନ୍ଧିଙ୍କୁ ସେନା ପୋଷାକରେ ଜଣେ ବ୍ୟକ୍ତିଙ୍କ ସାଲ୍ୟୁଟ୍ । ଇଣ୍ଡିଆନ୍ ଆର୍ମି ପୋଷାକ ସହିତ ବ୍ୟାଚ୍ ଓ ପଦକ ପିନ୍ଧି ରାହୁଲ ଗାନ୍ଧିଙ୍କୁ ସଲାମ୍ ଦେବା ସହିତ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ଆର୍ଥି ପୋଷାକରେ ଏଭଳି ଫଟୋ ସୋଲିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଭିନ୍ନ ଭିନ୍ନ ଟିପ୍ପଣୀ ଦେଇଛନ୍ତି ଲୋକ । କିଛି ପୂର୍ବ ସେନା ଅଧିକାରୀ ଓ ନେତାଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି ।

ପଞ୍ଜାବରେ ଭାରତ ଯାତ୍ରା ବେଳେ ଏଭଳି ଫଟୋ ସାମ୍ନାକୁ ଆସିଛି । ମେଡାଲ ସହିତ ବ୍ୟକ୍ତି ଜଣକ ଗ୍ରେନେଡିୟର୍ସ ରେଜିମେଣ୍ଟର ରେଜିମେଣ୍ଟାଲ ପ୍ରତିକ ଚିହ୍ନରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସାଲ୍ୟୁଟ୍ ଦେବା ସହିତ ଆଲିଙ୍ଗନ କରିଥିଲେ । ପୋଷକରେ ରହିଥିବା ବ୍ୟାଚରୁ ବ୍ଯକ୍ତି ଜଣକ ଜିତେନ୍ଦ୍ର ସିଂହ ବୋଲି ଜଣାପଡ଼ିଛି । ଏହାକୁ ନେଇ ଲୋକଙ୍କ ମନରେ ଆକ୍ରୋଶ ଦେଖିବାରୁ ମିଳିଛି ।

ଫଟୋକୁ ଦେଖିବା ପରେ କିଛି ପୂର୍ବ ସେନା ଅଧିକାରୀ ଟିପ୍ପଣୀ ଦେଇଛନ୍ତି । ଜଣେ ସେବା ନିବୃତ୍ତ ଅଧିକାରୀ କୌଣସି ରାଜନୈତିକ ସଭାରେ ସେନା ପୋଷାକ ପିନ୍ଧିବା ଉଚିତ୍ ନୁହେଁ ।

କର୍ଣ୍ଣେଲ ରୋହିତ୍ ଦେବ ଟ୍ବିଟ୍ କରି ଯବାନ ଜଣକ ସେବାରେ ଅଛନ୍ତି ନା ସେବା ନିବୃତ୍ତ ହୋଇଛନ୍ତି ବୋଲି ଭାରତୀୟ ସେନାକୁ ଯାଞ୍ଚ ପାଇଁ କହିଛନ୍ତି । ଏହା ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । କର୍ଣ୍ଣେଲଙ୍କ ଏହି ଟ୍ବିଟର ପୋଷ୍ଟକୁ ପ୍ରାୟ ୫ଲକ୍ଷରୁ ଅଧିକ ଦେଖିବା ବେଳେ ୯ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ସେହିପରି ୨୪ଶହ ଲୋକ ରିଟ୍ବିଟ୍ କରିଛନ୍ତି ।   

ସେପଟେ ସୋଲିଆଲ୍ ମିଡିଆ ଆଲୋଚନାକୁ ନେଇ ଜବାବ ଦେଇଛନ୍ତି ନାଗାଲାଣ୍ଡ କଂଗ୍ରେସ ଉପାଧ୍ୟକ୍ଷ  ଓ ପୂର୍ବ ସେନା ଅଧିକାରୀ ଜିକେ ଝିମୋନି । ସେନା ପୋଷାକ ପିନ୍ଧି ଅବସର ପ୍ରାପ୍ତ ଯବାନ ଜଣକ ଯଦି ରାହୁଲ ଗାନ୍ଧିଙ୍କୁ ସାକ୍ଷତ କରିବା ଭୂଲ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେହି ଭୂଲ କରିଛନ୍ତି ବୋଲି  ଜିକେ ଝିମୋନି କହିଛନ୍ତି।  

୧୭ ଜାନୁଆରୀରେ ପଞ୍ଜାବର ଜସୂୟା ଓ ମୁକେରିୟା ସହରରେ ଭାରତ ଯୋଡୋ ଯାତ୍ରାର ଏହି ଦୃଶ୍ୟ ଆସିଛି । କିଛି ପୂର୍ବ ସେନା ଯବାନ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଥିଲେ । ଭାରତ ଯୋଡୋ ଯାତ୍ରାରେ ଏଭଳି ଫଟୋକୁ ଦେଖି ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି ।

   Related Posts