ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ରାସ୍ତା ମଝିରେ ଛାଡ଼ି ଦେଇଥିଲେ ଟ୍ୟାକ୍ସି ଡ୍ରାଇଭର; ଜିଦ୍ ରୁ ଆରମ୍ଭ କଲେ ଗାଡ଼ି କମ୍ପାନୀ OLA

3/02/2023 at 11:52 AM

ନୂଆଦିଲ୍ଲୀ ୦୩/୦୨ : ଜିଦ୍‌ ରୁ ଆରମ୍ଭ। ନିଜେ ନିଜକୁ ଚ୍ୟାଲେଞ୍ଜ କରି ଜିତିଲେ। ଟ୍ରାନ୍ସପୋର୍ଟ ସର୍ଭିସ୍ ଦେଉଥିବା ଓଲାର ଆରମ୍ଭ କାହାଣୀ ନିଶ୍ଚିତ ମନଛୁଆଁ। ଅପମାନ ଓ ହରକତ ଜନିତ କ୍ଷୋଭରୁ ପ୍ରତିଶୋଧର ଜିଦ୍। ଆଉ ସେହି ଜିଦରୁ ଏକ ନୂତନ ଆରମ୍ଭ ପାଇଁ ଦେଲା ଉପାୟ। ଲକ୍ଷେ ଲକ୍ଷେ ଟଙ୍କା ଦରମାର ଚାକିରି ଛାଡ଼ି ଜଣେ ଆଇଟି ପ୍ରଫେସନାଲ୍ ସାଙ୍ଗଙ୍କ ସହ ମିଶି ତିଆରି କଲେ ଓଲା ସାମ୍ରାଜ୍ୟ। ଏ କାହାଣୀ ଓଲାର ସହ-ପ୍ରତିଷ୍ଠାତା ଏବଂ ସିଇଓ ଭାବୀସ୍ ଅଗ୍ରୱାଲଙ୍କର।  ଯିଏ ଅପମାନର ପ୍ରତିଶୋଧ ସ୍ୱରୂପ ଖୋଲିଥିଲେ ଏକ ଗାଡ଼ି କମ୍ପାନୀ। ଯାହାର ନାଁ ରଖିଥିଲେ OLA।

ଆଇଆଇଟି ଗ୍ରାଜୁଏଟ୍ ଭାବୀସ୍ ଅଗ୍ରୱାଲ। ବନ୍ଧୁ ଅଙ୍କିତ ଭାଟିଙ୍କ ସହ ୨୦୧୧ରେ ପ୍ରତିଷ୍ଠା କରିଥିଲେ OLA କମ୍ପାନୀ। ଏହା ପଛରେ ରହିଛି ଏକ କାହାଣୀ… ଭାବୀସ୍ ଓ ତାଙ୍କ ସାଙ୍ଗମାନେ ଥରେ ବାନ୍ଦିପୁରରୁ ବାଙ୍ଗାଲୋର ପର୍ଯ୍ୟନ୍ତ ଯିବାକୁ ନେଇଥିଲେ ଏକ କ୍ୟାବ୍। କିନ୍ତୁ ମହୀସୁରରେ ଡ୍ରାଇଭର ଅଧିକ ଭଡା ଦାବି କରି ଜିଦ୍ ଧରିଥିଲା। ସେମାନେ ରାଜି ନହେବାରୁ ସେମାନଙ୍କୁ ଅଧରାସ୍ତାରେ ଛାଡ଼ି ଦେଇଥିଲେ ଡ୍ରାଇଭର। ତାପରେ ସେମାନଙ୍କୁ ବସ୍ ଯୋଗେ ବାକି ଯାତ୍ରା କରିବାକୁ ପଡିଥଲା। ସେହି ଦିନଠାରୁ ଭାବୀସ୍ ନିଜର ଗାଡ଼ି କମ୍ପାନୀ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ବି.ଟେକ୍ କରିଥିଲେ ଭାବୀସ୍ । ପରେ ସେ ଭଲ ପ୍ୟାକେଜରେ ମାଇକ୍ରୋସଫ୍ଟରେ କରିଥିଲେ ଚାକିରି। ଭାବୀଶ କୁହନ୍ତି, “ମୁଁ ସବୁବେଳେ ମୋର କିଛି ଆରମ୍ଭ କରିବାକୁ ଚାହୁଁଥିଲି ଏବଂ ସେହି କାରଣରୁ ମୁଁ ବିକଳ୍ପ ଖୋଜୁଥିଲି। କିନ୍ତୁ ଏହା ସହ ମୁଁ ସମାଜର କିଛି ସମସ୍ୟାର ସମାଧାନ କରିବାକୁ ବି ଚିନ୍ତା କରୁଥିଲି। ଏମିତିରେ ମୋ ମନକୁ ଆସିଲା ଓଲାର ଆଇଡିଆ”

‘ଆଇଆଇଟି ପାସ୍ ଆଉଟ୍ ଯୁବକମାନେ ଲକ୍ଷ ଲକ୍ଷ ପ୍ୟାକେଜ ଛାଡି ବ୍ୟବସାୟ ଆରମ୍ଭ କଲେ। ସାଧାରଣତଃ ବାପା ମା’ ସେଭଳି ନିଷ୍ପତ୍ତିକୁ ସମର୍ଥନ କରନ୍ତି ନାହିଁ ।’ ଠିକ୍ ସେହିପରି ଭାବୀଶଙ୍କ ସହ ବି ଘଟିଥିଲା​​। ଯେତେବେଳେ ସେ ନିଜ ବ୍ୟବସାୟ  କଥା ପରିବାର ସଦସ୍ୟଙ୍କୁ କହିଥିଲେ ।  ସେମାନେ ପ୍ରଥମେ ବୁଝି ପାରିଲେ ନାହିଁ। ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାଇକ୍ରୋସଫ୍ଟରେ ଏକ ଆରାମଦାୟକ ଚାକିରି ଛାଡ଼ି ଟ୍ରାଭେଲ ଏଜେଣ୍ଟ ହେବାକୁ ସହଜରେ ଗ୍ରହଣ କରି ପାରିନଥିଲେ ପରିବାର ଲୋକେ। ଶେଷରେ ଭାବୀସଙ୍କ ପରିବାରଠାରୁ ମିଳିଥିଲା ଗ୍ରୀନ୍ ସିଗନାଲ୍। ୨୦୧୧ରେ ମୁମ୍ବାଇର ପୋବାଇରେ ଥିବା ଏକ ୧ BHK ଫ୍ଲାଟରୁ ଆରମ୍ଭ ହୋଇଥିଲା ଏହି ଯାତ୍ରା। ପ୍ରାରମ୍ଭରେ ଅନେକ ସମସ୍ୟା ଦେଖାଦେଇଥିଲା। ଟଙ୍କାର ଖୁବ୍ ସମସ୍ୟା ଥିଲା। ଏମିତି କି ଭାବୀସଙ୍କୁ ନିଜେ ଗାଡ଼ି ଚଲେଇବାକୁ ପଡ଼ିଥିଲା।  ସେ ବ୍ୟବସାୟରେ ଗର୍ଲଫ୍ରେଣ୍ଡର କାର ମଧ୍ୟ ବ୍ୟବହାର କରିଥିଲେ, ଯିଏ ବର୍ତ୍ତମାନ ତାଙ୍କ ପତ୍ନୀ । ପରେ ସ୍ମାର୍ଟଫୋନ୍ ଆପ୍ ଲଞ୍ଚ କଲା । ନିବେଶକମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଏହାପରେ ସେ ଆଉ ପଛକୁ ଚାହିଁ ନଥିଲେ। ଏବେ ତାଙ୍କର ମୋଟ୍ ସମ୍ପତ୍ତି ୫୦୦ ମିଲିଅନ୍ ଡଲାର ଅର୍ଥାତ୍ ୩,୫୦୦ କୋଟି ଟଙ୍କା। 

ଘର, ସ୍କୁଲ୍, କଲେଜ କିମ୍ବା ଅନ୍ୟ କେଉଁ ସ୍ଥାନକୁ ଯିବାକୁ ହେଲେ  ମୋବାଇଲ୍ ବାହାର କର।  ଡେଷ୍ଟିନେସନ୍ ସେଟ୍ କର। ତୁରନ୍ତ ବାଇକ୍, ଅଟୋ କିମ୍ବା କାର୍ ଆସି ପହଞ୍ଚି ଯାଉଛି। ଏହି ସୁବିଧା ଆମ ପାଖରେ ପହଞ୍ଚାଇଛନ୍ତି ଭାବିସ୍। କାରଣ ଭାବୀସଙ୍କ ପ୍ରତିଷ୍ଠିତ ଓଲା  ଆହୁରି ପପୁଲାର୍।

   Related Posts