ରାମ୍ ରହିମକୁ ବାରମ୍ବାର ପାରୋଲ ମିଳିବା ନେଇ ଉଠିଲା ପ୍ରଶ୍ନ, ନିର୍ବାଚନ ପୂର୍ବରୁ ନଜର ଆସୁଛନ୍ତି ବାବା
24/01/2023 at 3:49 PM

ନୂଆଜିଲ୍ଲୀ: ନିର୍ବାଚନ ଆସିଲେ ନଜର ଆସୁଛନ୍ତି ବାବା । ୧୪ ମାସର ୪ ପାରୋଲ୍ରେ ଆସିଲେଣି । ୩ମାସରେ ସର୍ବାଧିକ ଦୁଇଥର । ପଞ୍ଚାୟତ ନିର୍ବାଚନ ହେଉ କି ଉଦମଗଡ଼ ବିଧାନସଭା । ନିର୍ବାଚନ ପୂର୍ବରୁ ନଜର ଆସିଥିଲେ ଆତ୍ମଘୋଷିତ ବାବା ରାମ ରାହିମ୍ । ଇଲେକ୍ସନ ପୂର୍ବରୁ ବାବା ବାରମ୍ବାର ବାହାରକୁ ଆସିବା ନେଇ ଉଠିଲାଣି ପ୍ରଶ୍ନ । ପାରୋଲ୍ ପ୍ରଦାନ କରିବା କୋର୍ଟଙ୍କ ଅଧୀନରେ ଆସୁଛି । ହେଲେ ନିର୍ବାଚନ ସମୟରେ ହତ୍ୟା ଓ ଦୁଷ୍କର୍ମ ମାମଲାରେ ସଜା କାଟୁଥିବା ଜଣେ ଅପରାଧୀକୁ ଜେଲ୍ ବାହାରକୁ ଆସୁଥିବା ନେଇ କିଛି ଆଇନଜୀବୀ ଓ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି । ଜେଲ୍ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ କିପରି ମଞ୍ଜୁରୀ ପ୍ରଦାନ କରୁଛି ବୋଲି କହିଛନ୍ତି । ନ୍ତି
୨୦୨୨ ମାର୍ଚ୍ଚ ମାସରେ ପଞ୍ଚାୟତ ନିର୍ବାଚନ ଓ ଉଦମପୁର ବିଧାନସଭା ଉପ-ନିର୍ବାଚନରେ ପୂର୍ବରୁ ୪୦ ଦିନ ପାରୋଲରେ ଆସିଥିଲେ ରାମ୍ ରହିମ୍ । ୨୦୨୨ରେ ଫେବ୍ରୁଆରୀରୁ ଜୁନ୍ ମାସ ମଧ୍ୟରେ ଦୁଇ ଜେଲ୍ ବାହରକୁ ଆସିଛନ୍ତି । ବାରମ୍ବାର ପାରୋଲକୁ ନେଇ ପ୍ରଶ୍ନ ଉଠୁଛି । ଜେଲ୍ ଅଧିକାରୀଙ୍କୁ ସୂଚନା ମୁତାବକ, ଜଣେ ଦୋଷୀ ବର୍ଷକୁ ୯୦ଦିନ ପାରୋଲ ପାଇଁ ଯୋଗ୍ୟ । ଯାହା ଦୋଷୀର ଆଚରଣ ଉପରେ ମଞ୍ଜୁରୀ ପ୍ରଦାନ ମିଳିଥାଏ । ଏହା ସହିତ ଜିଲ୍ଲା ପ୍ରଶାସନ ସୁରକ୍ଷା ଅଧୀନରେ ମଧ୍ୟ ଏହା ଆସୁଛି । ତେବେ ଜଣେ ହତ୍ୟା ଓ ଦୁଷ୍କର୍ମ ମାମଲାରେ ଆଜୀବନ ସଜା କାଟୁଥିବା ଦୋଷୀକୁ କିପରି ପାରୋଲ ମିଳୁଛି ? ଏଥିରେ ସ୍ଥାନୀୟ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ହାତ ନାହିଁ ତ ? ନିର୍ବାଚନରେ ବାବାଙ୍କ ପ୍ରଭାବ ରହୁଥିବା ନେଇ କିଛି ଆଇନଜୀବୀ ଓ ରାନୈତିକ ବିଶେଷଜ୍ଞ ମତ ରଖିଛନ୍ତି ।
ଯୌନ ଶୋଷଣ ଓ ହତ୍ୟା ମାମଲରେ ଦୋଷୀ ସାବ୍ୟସ୍ତ ହୋଇ ଗୁରୁମିତ୍ ରାମ ରହିମ୍ ହରିୟାଣାର ସୁନାରିୟା ଜେଲରେ ଆଜୀବନ କାରାଦଣ୍ଡ ସଜା କାଟୁଛନ୍ତି । ୨୦୧୭ରେ ପଞ୍ଚକୁଲାର ସ୍ବତନ୍ତ୍ର ସିବିଆଇ କୋର୍ଟ ମହିଳା ସହଯୋଗୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ଦୋଷୀ ମାନି ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି । ସିବିଆଇ ୨୦୦୩ରେ ହରିୟାଣା ହାଇକୋର୍ଟଙ୍କ ଦ୍ବାରା ପାରିତ ଆଦେଶ ପରେ ଯାଞ୍ଚ ଆରମ୍ଭ କରିଥିଲା ।