ରାମେଶ୍ୱରପୁରରେ ଭୟାଭୟ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ
17/05/2022 at 8:34 PM

ଚାନ୍ଦବାଲି, ୧୭/୦୫: ଚାନ୍ଦବାଲି ବ୍ଲକ ଭୂଇଁବୃତ୍ତି ପଂଚାୟତ ରାମେଶ୍ୱରପୁରରେ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ବଖରା ଘର ପୋଡିବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି l ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ଥିବା ବେଳେ ବ୍ୟାପକ କ୍ଷୟ କ୍ଷତି ହୋଇଥିବାର ସୂଚନା ମିଳିଛି l ଅଗ୍ନିକାଣ୍ଡ ଖବର ପାଇ ଚାନ୍ଦବାଲି ଅଗ୍ନିଶମ ବିଭାଗ ସଠିକ ସମୟରେ ପହଁଚିଥିଲେ ମଧ୍ୟ ଅଗ୍ନି ପ୍ରକୋପରେ ସବୁ କିଛି ପୋଡି ପାଉଁଶ ହୋଇଯାଇଥିଲା l ଏହି ଅଗ୍ନିକାଣ୍ଡରେ ରାମେଶ୍ୱରପୁର ଗାଁର ବାଇଧର ସେଠୀଙ୍କ ସହ ତାଙ୍କ ୪ଭାଇଙ୍କ ଘର ପୋଡିଥିବା ସୂଚନା ମିଳିଛି l